July 5, 2024

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ କୋଲର ଚିକିତ୍ସାଧିକାରୀ…..

Share

ତିର୍ତୋଲ —ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ସତ୍ୟନାରାୟଣ କାନୁନଗୋ ପାଳନ କଲେ ବିଶ୍ୱ ଯୋଗ ଦିବସ । କୋଲର ପ୍ରାଥମିକ ଚିକିତ୍ସାଳୟ ଅଧୀନ ରେ ଥିବା ବିଭିନ୍ନ ରାଜସ୍ବ ଗ୍ରାମର ବହୁ ମହିଳା , ପୁରୁଷ, ସ୍ଵେଛା ସେବି ଅନୁଷ୍ଠାନ ମାନେ ଏହି ଯୋଗ ଦିବସ କୁ ଆନନ୍ଦର ସହକାରେ ପାଳନ କରିଥିଲେ । ଏହି ଉପଲକ୍ଷେ ଡା.ସତ୍ୟନାରାୟଣ କାନୁନଗୋ କହିଥିଲେ ଯେ ଯୋଗ ଏକ ଶାରୀରିକ, ମାନସିକ ଓ଼ ଆଧ୍ୟାତ୍ମିକ ଅଭ୍ୟାସ । ଏହାର ଉତ୍ପତି ଭାରତ ରୁ ହୋଇଥିଲା ଏବଂ ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ପ୍ରଥମେ ଭାରତ ତରଫରୁ ହିଁ ଜାରି ରହିଥିଲା ବୋଲି ଡା.କାନୁନଗୋ କହିଥିଲେ । ୨୦୧୫ ମସିହା ଜୁନ ମାସ ୨୧ ତାରିଖ ଠାରୁ ଆଜି ପଯ୍ୟନ୍ତ ପ୍ରତ୍ୟେକ ବର୍ଷ ର ଜୁନ ୨୧ ତାରିଖ କୁ ବିଶ୍ଵଯୋଗ ଦିବସ ଭାବେ ପାଳନ କରାଯାଉଛି ବୋଲି ଡା.କାନୁନଗୋ କହିଥିଲେ । ପରିଶେଷରେ ଯୋଗ ଶିବିରରେ ଥିବା ସମସ୍ତ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ଅଙ୍ଗନବାଡି କର୍ମୀ ଓ଼ ଗଣମାଧ୍ୟମ ପ୍ରତନିଧି ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ ।

( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର )