April 29, 2026

ଗଞ୍ଜାମ ସହରରେ ଅନ୍ତଜାତୀୟ ଯୋଗଦିବସ ପାଳିତ

IMG-20240622-WA0002
Share

ଗଞ୍ଜାମ =(ପ୍ରଦୀପ କୁମାର ପଣ୍ଡା)

ସାରା ବିଶ୍ୱରେ ଜୁନ 21ତାରିଖ କୁ ଯୋଗ ଦିବସ ରୂପେ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ଗ୍ରାସୀମି ଇଣ୍ଡଷ୍ଟ୍ରି ନିକଟରେ ସ୍ଥିତ ଇଣ୍ଡୋର ଷ୍ଟାଡିଅମ ଠାରେ ଶୁକ୍ରବାର ଯୋଗ ଦିବସ ପାଳନ ହୋଇଥିଲା l ଗଞ୍ଜାମ ବିଡ଼ିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ,,ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଦୀପ୍ତି ରଞ୍ଜନ ପୃଷ୍ଟି, ସିଏମଏମ ଭାଗ୍ୟଶ୍ରୀ ନାୟକ, ଗଞ୍ଜାମ ବ୍ଲକର ମାନ୍ୟ ଗଣ୍ୟ ବେକ୍ତି ପ୍ରମୁଖ ଉପସ୍ଥିତ ଥିଲେ l କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ଉପସ୍ଥିତ ଏସଏଚଜି, ଅଙ୍ଗନବାଡି କର୍ମୀ, ବ୍ଲକ, ତହସିଲ, ଏନଏସି କର୍ମଚାରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ l ଯୋଗ ଦ୍ୱରା ନିରୋଗ ହେଇଥାନ୍ତି ତଥା ଉତ୍ତମ ଶରୀର ଗଠନ ନିମନ୍ତେ ଯୋଗ ହେଉଛି ମାଧ୍ୟମ ଏବଂ ଯୋଗାଭ୍ୟାସ ହିଁ ପ୍ରକୃତ ଔଷଧ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l