ଓଡିଶା ଉଚ୍ଚ ମାଧ୍ୟମିକ ପରିଷଦ (+୨) ପରୀକ୍ଷାରେ କଳିଙ୍ଗ ଟ୍ୟୁଟୋରିଆଲର ସଫଳତା, ଉତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ ;

ବାଲେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ପରିଷଦ (+୨) ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି କଳିଙ୍ଗ ଟ୍ୟୁଟୋରିଆଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଓମପ୍ରକାଶ ମହାପାତ୍ର ଅଧ୍ୟକ୍ଷତା କରିବା ସହିତ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଞ୍ଜୀବ ପତି, ଚିତ୍ତରଞ୍ଜନ ନାୟକ, ଅମୀୟ ପରିଡ଼ା, ସୁବ୍ରତ ଚାନ୍ଦ, ପ୍ରଦୀପ ଗିରି, ସତ୍ୟରଞ୍ଜନ ବେହେରା, ସଞ୍ଜୟ ପ୍ରଧାନ, ତପସ୍ଵିନୀ ପ୍ରଧାନ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଏଥିରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଗତ ବର୍ଷ ଭଳି ବାଲେଶ୍ୱରର ନଂ-୧ କୋଚିଂ ସେଂଟର ଭାବେ କଳିଙ୍ଗ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀଙ୍କ ସଫଳତା ପ୍ରଦର୍ଶନ ଜାରି ରହିଛି ବୋଲି ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଥିଲେ । କଳିଙ୍ଗ ଟ୍ୟୁଟୋରିଆଲରେ ବିଜ୍ଞାନ ପଢୁଥିବା ଫକୀର ମୋହନ କଲେଜର କୃଷ୍ଣ ପ୍ରସାଦ ବେହେରା ୫୬୪, ଗାୟତ୍ରୀ କାୟାଲ ୫୪୮, ଆଦିତ୍ୟ ପାଠୀ ୫୪୫, ଜ୍ୟୋତି ରଞ୍ଜନ ମହାନ୍ତି ୫୪୨ ନମ୍ବର ରଖିଥିବା ବେଳେ ବଳାଙ୍ଗୀ କଲେଜର ଦିବ୍ୟଜ୍ୟୋତି ପଣ୍ଡା ୫୪୮ ନମ୍ବର ରଖି କଲେଜ ଟପ୍ପର ହେବା ସହ ଗୌରବ ଆଣିଦେଇଛନ୍ତି । ସେହିପରି କଳା ବିଭାଗରେ ଫକୀର ମୋହନ କଲେଜର ଦିବ୍ୟା ଦେବଳିନା ମଲ୍ଲିକ ୫୬୨ ନମ୍ବର ରଖି ସମଗ୍ର ବାଲେଶ୍ଵର ଜିଳ୍ଲାର ଟପ୍ପର ହୋଇଛନ୍ତି। କଳା ବିଭାଗରେ ସ୍ଵାତୀ ସଞ୍ଜନା ସାମଲ ୫୫୭, ସମୀକ୍ଷା ପ୍ରଧାନ ୫୫୧, ଅଂଶିକା କଶ୍ୟପ ୫୪୬, ରାଜଲକ୍ଷ୍ମୀ ବେହେରା ୫୪୩ ନମ୍ବର ରଖି କଳିଙ୍ଗ ଟ୍ୟୁଟୋରିଆଲ ପାଇଁ ସୁନାମ ଆଣିଥିବା ସେ ସୂଚନା ଦେଇଥିଲେ । ଚଳିତ ବର୍ଷ କଳିଙ୍ଗ ଟ୍ୟୁଟୋରିଆଲର ୧୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ରେଜଲ୍ଟ ସହ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଊତୀର୍ଣ୍ଣ ହୋଇଛନ୍ତି । ସେହିପରି କଳିଙ୍ଗ ଟ୍ୟୁଟୋରିଆଲରେ ପଢୁଥିବା ୮୦ପ୍ରତିଶତ ଛାତ୍ରଛାତ୍ରୀ ମ୍ୟାଟ୍ରିକରେ ରଖିଥିବା ନମ୍ବର ଠାରୁ ଆଶାତୀତ ଅଧିକ ନମ୍ବର ରଖିବାରେ ସକ୍ଷମ ହୋଇପାରିଛନ୍ତି । ଅନୁଷ୍ଠାନର ଉତମ ପରିଚାଳନା, ଅଧ୍ୟାପକ ଅଧ୍ୟାପିକାଙ୍କ ନିଷ୍ଠାପୂର୍ଣ୍ଣ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ କଠୋର ଅଧ୍ୟବସାୟ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ତେବେ ଅନୁଷ୍ଠାନରେ ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ବୋଲି ସେ କହିଥିଲେ । ଉନ୍ନତ ଶିକ୍ଷା ଭିତିଭୂମୀ, ଦକ୍ଷ ଶିକ୍ଷକ ଏବଂ ସୁନ୍ଦର ଶୈକ୍ଷିକ ପରିବେଶ ମଧ୍ୟରେ ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିବେ ବୋଲି ଶ୍ରୀ ମହାପାତ୍ର ଆଶାପ୍ରକାଶ କରିଥିଲେ । କଳିଙ୍ଗ ଟ୍ୟୁଟୋରିଆଲର ଅଧ୍ୟାପକ ଅଧ୍ୟାପିକାଙ୍କ ଶିକ୍ଷାଦାନର ଧାରା ସେମାନଙ୍କୁ ସଫଳତା ପ୍ରଦାନ କରିଛି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।