May 22, 2025

କୁଜଙ୍ଗ ପୋଲିସ ଙ୍କ ବଡ ସଫଳତା,ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଗିରଫ କଲେ କୁଖ୍ୟାତ ଅପରାଧୀ ଙ୍କୁ ..

Share

 

 

କୁଜଙ୍ଗ

 

ଅପରାଧୀ ଯେତେ ଚତୁର ହେଲେ ବି କୌଣସି ନା କୌଣସି ପ୍ରମାଣ ଛାଡ଼ିଦେଇଥାଏ ଧରାପଡିବା ପାଇଁ l ସେହିପରି ଏକ ସଂଗୀନ ଅପରାଧର ଅନୁସନ୍ଧାନ, କୁଜଙ୍ଗ ପୋଲିସ ପାଇଁ ଆଣିଦେଇଛି ବଡ ସଫଳତା l ଖବର ଅନୁସାରେ ନୂତନ ଭାବେ ନିଯୁକ୍ତି ପାଇଥିବା କୁଜଙ୍ଗ ବ୍ଲକର ପଙ୍କପାଳ ରେ ଅବସ୍ଥାପିତ କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ସାହୁ ଙ୍କୁ ଗତ ୧୫/୦୫/୨୫ ତାରିଖରେ ଆସି ଯୋଗାଯୋଗ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ବନ୍ଧମାଳ, ରାଜକନିକା ଅଞ୍ଚଳର ବବୁଲ ଓରଫ ଶ୍ରୀତମ ବେହେରା, ପିତା-ସୁବାସ ଚନ୍ଦ୍ର ବେହେରା l

ଶ୍ରୀତମ ସହିତ କଟକ ମଙ୍ଗଳାବାଗ ଫ୍ରେଣ୍ଡସ କଲୋନୀ ର ସିପୁ ଓରଫ ରାଜୀବ କୁମାର ଦାସ, ଗଞ୍ଜାମ ଜିଲ୍ଲା,କବିସୂଯ୍ୟନଗର ଥାନା ଅଧୀନ ଜେମାଦେଇପୁର ଗ୍ରାମର ଶଙ୍କର ମହାପାତ୍ର, ଏବଂ ଭୁବନେଶ୍ୱର ବାଲିପାଟଣା ନିକଟସ୍ଥ ମାର୍ଥାପୁର ଗ୍ରାମର ବଣ୍ଟି ଓରଫ ସତ୍ୟପ୍ରକାଶ ପ୍ରଧାନ ରହୁଥିଲେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ୟୁନିଟ – 3 ରେ l ସମସ୍ତ ଟିମ୍ ସହିତ ଶ୍ରୀତମ ବେହେରା ଭୁବନେଶ୍ୱର ରୁ ଆସି ରାତି ପ୍ରାୟ ୧୦ ଟା ସମୟରେ କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ସାହୁଙ୍କୁ ପଙ୍କପାଳ ଠାରେ ଦେଖା କରିବାକୁ ଡାକିଲେ l ମାନସ ଦେଖାକରି ଶ୍ରୀତମ ସହିତ କଥା ହେବା ସମୟରେ ଗାଡ଼ିରେ ଲୁଚିରହିଥିବା ଅନ୍ୟ ସାଥିମାନେ ଆସି ଜୋର ଜବରଦସ୍ତ ମାନସ କୁ କାବୁକରି ଟେକିନେଇ ଗାଡ଼ିରେ ବସେଇ ସେଠାରୁ ନେଇଗଲେ l ମାନସ ପାଖରେ ଥିବା ସୁନା ଚେନ ଓ ସୁନା ମୁଦି ଛଡେଇ ନେବା ସହିତ ଏକ ଲକ୍ଷ ଟଙ୍କା ଦେବାକୁ ଦାବି କଲେ l ମାନସ ଏହାକୁ ଆଗ୍ରହ୍ୟ କରିବାରୁ ନିସ୍ତୁକ ମାଡ ମାରି ପଙ୍କପାଳ ଠାରେ ପକେଇ ଦେଇ ଚାଲିଗଲେ l କୁଜଙ୍ଗ ପୋଲିସ ରେ ଏହି ଖବର ପହଂଚିବା ପରେ କେସ ନମ୍ବର ୧୭୬/୨୦୨୫ ରେ ମାମଲା ରୁଜୁ କରି,ଥାନାଧିକାରୀ ଓ ଟିମ୍ଙ୍ ଅନୁସନ୍ଧାନ ଜାରି ରଖିଥିଲେ l କୁଜଙ୍ଗ ପୋଲିସଙ୍କ ଅକ୍ଲାନ୍ତ ପ୍ରଚେଷ୍ଟାରେ ଅପରାଧୀ ମାନଙ୍କୁ ଧରିଵା ସହିତ ଛଡେଇ ନେଇଥିବା ସୁନା ଚେନ, ମୁଦି ଓ ଅପରାଧୀ ବ୍ୟବହାର କରିଥିବା ମାରୁତି ସୁଜୁକି ସ୍ୱିପ୍ଟ କାର, ପଞ୍ଜିକୃତ ନମ୍ବର OD02- BX 7623କୁ ଜବତ କରିଛନ୍ତି l ଅପରାଧୀ ମାନଙ୍କୁ ତୁରନ୍ତ ମାନ୍ୟବର କୋର୍ଟ କୁ ପଠେଇ ବହୁ ପ୍ରଶଂସନୀୟ କାର୍ଯ୍ୟ କରିପାରିଛନ୍ତି l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।