April 27, 2026

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

cutm
Share

ଛତ୍ରପୁର,୨୧।୫ :ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ ନିକଟରେ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ୨୦ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି l ଛତ୍ରପୁର ମେଡିକାଲରେ ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି।
ସୋମବାର ଇଲେକ୍ସନ କାର୍ଯ୍ୟରେ ନିୟୋଜିତ ଥିବା ଏହି ପୋଲିସ କର୍ମଚାରୀଙ୍କୁ ଧରି ବସ୍‌ଟି ଆଜି ଭୋରରୁ ଭଞ୍ଜନଗରରୁ ଛତ୍ରପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଛତ୍ରପୁରଠାରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍‌ଟି ଡିଭାଇଡ଼ର ସହ ଧକ୍କା ହୋଇଥିଲା। (ଅରୁଣ କୁମାର ପଣ୍ଡା )