June 29, 2024

ଛତ୍ରପୁର ସହରର ପ୍ରଥମ ‘ସିବିଏସ୍‌ଇ’ ଅନୁବନ୍ଧିତ ୟୁରୋ ସ୍କୁଲକୁ ଯୁକ୍ତ ୨ ବିଜ୍ଞାନ ମାନ୍ୟତା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ୨ ଜଣିଆ ପ୍ରତିନିଧିଙ୍କ ଅନୁଧ୍ୟାନ

Share

 

ଛତ୍ରପୁର,୨୧/୫: ଛତ୍ରପୁର ସହରର ପ୍ରଥମ ସିବିଏସ୍‌ଇ ଅନୁବନ୍ଧିତ ୟୁରୋ ସ୍କୁଲକୁ ଯୁକ୍ତ ଦୁଇ ବିଜ୍ଞାନ ମାନ୍ୟତା ଦେବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଛତ୍ରପୁର ସ୍ଥିତ ୟୁରୋ ସ୍କୁଲକୁ ଗ୍ରସ୍ତ କରି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ଏହି ଅନୁଷ୍ଠାନ ୧ମରୁ ୧୦ମ ଶ୍ରେଣୀ ଅଧ୍ୟୟନ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ମାନ୍ୟତା ଦେଇଅଛି । ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ପୁରୀ ଜବାହର ନବଦୋୟ ବିଦ୍ୟାଳୟର ପ୍ରିନ୍ସପାଲ ନୃସିଂହଚରଣ କର ଓ ଘନଶ୍ୟାମ ହେମଲତା ବିଦ୍ୟାଳୟର ପ୍ରିନ୍ସପାଲ ଅଶ୍ୱିନୀ କୁମାର ପାଳ ଛତ୍ରପୁର ୟୁରୋ ସ୍କୁଲକୁ ପରିଦର୍ଶନ କରି ଯୁକ୍ତ ୨ ବିଜ୍ଞାନ ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ସ୍ଥିତିକୁ ଅନୁଧ୍ୟାନ କରି ସନ୍ତୋଷଜନକ ଅନୁଭବ କରିଛନ୍ତି । ଦୁଇଜଣ ପ୍ରତିନିଧି ଦଳ ଏହି ଅନୁଷ୍ଠାନରୁ ଅନୁଧ୍ୟାନ କରିଥିବା ରିପୋର୍ଟ ପ୍ରଦାନ କରିବେ ଏବଂ ଖୁବ୍ ଶୀଘ୍ର ଅନୁଷ୍ଠାନକୁ ଯୁକ୍ତ ୨ ବିଜ୍ଞାନରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ସମୟରେ ଅନୁଷ୍ଠାନ ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନ୍ସପାଲ ତପସ୍ପିନୀ ସାହୁ, ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ସୂଚନାନୁସାରେ, ୨୦୧୮ ମସିହା ଠାରୁ ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ଢାଞ୍ଚା ର ଛତ୍ରପୁର ସହର ଏବଂ ଆଖପାଖ ଅଳର ଛାତ୍ରଛାତ୍ରୀଙ୍କୁ ଆଧୁନିକୀକରଣ ଶିକ୍ଷା ଓ ଶାରୀରିକ ଜ୍ଞାନ କୌଶଳ ଦିଗରେ ବେଶ୍ ପାରଦର୍ଶିତା ଦେଖାଇ ଅନୁଷ୍ଠାନ ଲୋକପ୍ରିୟତା ହାସଲ କରିପାରିଛି । ଉତ୍ତମ ଶିକ୍ଷା ଓ ପରିଚାଳନା ସହିତ କରୋନା ମହାମାରୀ ସମୟରେ ପ୍ରଥମ ଥର ପାଇଁ ଏହି ଅନୁଷ୍ଠାନ ଅନଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଥିବାରୁ କାଇଟସ୍ ପ୍ରଡକ୍ସନ୍ ସଂସ୍ଥା ପକ୍ଷରୁ ଅନୁଷ୍ଠାନକୁ‘ଏସିଆନ୍ ଏଜୁକେସନ୍ ୨୦୨୦’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୦-୨୧ ଶିକ୍ଷାବର୍ଷରେ ଲାଇଫ୍ ସ୍କିଲ୍‌, ଡିଜିଟାଲ ଏଜୁକେସନ ତଥା ସ୍ମାର୍ଟ କୋଚିଂ, ଲାଇବ୍ରେରି, ସ୍ମାର୍ଟ କ୍ଲାସ୍‌, ମୌଖିକ ଶିକ୍ଷା ଶୈଳୀ, କମ୍ୟୁନିକେସନ୍ ସ୍କିଲ୍‌, ଗ୍ରୁପ୍ ଆଲୋଚନା, ପିକ୍‌ଚର ଆପ୍ରିସିଏସନ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମକୁ ପରିମାପକ କରି ବେଙ୍ଗାଲୁରୁ ଇମେଜ୍ ପ୍ଲାନେଟ୍ ସଂସ୍ଥା ତରଫରୁ ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ୍ ଇନ୍ ଛତ୍ରପୁର ନାମରେ ପୁରୁସ୍କୃତ ହୋଇଛି । ଏହାସିହତ ବହୁ ବୁଦ୍ଧୀଜୀବୀ ଅନୁଷ୍ଠାନକୁ ପରିଦର୍ଶନ କରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ସହାୟକ ହେଉଥିବା ନେଇ ଅନୁଷ୍ଠାନକୁ ଭୂୟଶ୍ରୀ ପ୍ରଶଂସା କରିଛନ୍ତି ।(ଅରୁଣ କୁମାର ପଣ୍ଡା )