April 28, 2026
f342693c-86d5-439d-a015-1adad0978708
Share


ମହିଳା ସ୍ୱିପରଙ୍କୁ ହଷ୍ଟେଲ ରୁମ୍‌ରେ ଦୁଷ୍କର୍ମ କଲେ ସୁପରଭାଇଜର !

କଟକ ବଡ଼ ମେଡିକାଲରେ ଲଜ୍ଜା ! ମହିଳା ସ୍ୱିପରଙ୍କୁ ଜଣେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ବାହାରେ ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ବି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ସୁପରଭାଇଜର କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ପାଇଁ ଡାକିଥିଲେ। ଆଉ ଏହି ବାହାନାରେ ସୁପରଭାଇଜର ମହିଳା ସ୍ୱିପରଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ମଧ୍ୟ ସେ ଧମକ ଦେଇଥିଲେ।

ତେବେ ମେଡିକାଲରେ ସ୍ୱିପରଙ୍କୁ ନିଯୁକ୍ତ କରିଥିବା ଆଉଟସୋର୍ସିଂ ସଂସ୍ଥାରେ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ମହିଳାଙ୍କ ବିରୋଧରେ ବି ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତନାଘନା କରିଛି। ଏବେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି