November 26, 2026

ବରମକେଲାରେ ୫୯ ତମ ରାସ ପୂର୍ଣ୍ଣିମା ଉଦଘାଟନ

IMG-20261126-WA0001
Share

ବରପାଲି,୨୫|୧୧ (ସୁଦାମ ଦୀପ)): ବରଗଡ ଜିଲ୍ଲା ବରପାଲି ବ୍ଳକ ବରମକେଲା ଗ୍ରାମରେ ୫୯ତମ ରାସ ପୂର୍ଣମୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରମକେଲା ପଞ୍ଚାୟତ ସରପଞ୍ଚ ତଥା ଗ୍ରାମର ଗୌନ୍ତିଆ କ୍ଷିରୋଦ୍ର ପଧାନ ଏବଂ ଧର୍ମପତ୍ନୀ ନିରୁପମା ପଧାନଙ୍କ ସହ ଯୋଗ ଦେଇଥଲେ। ଅନ୍ୟତମ ସମିତିସଭ୍ୟା ଶ୍ରୀମତି ଜାମିନି ପଧାନ,ନୃସିଂହ ପଧାନ, ବେଦବର ପଧାନ, ପରମାନପୁରର ରାଜିବ ଲୋଚନ ସାହୁ, ଖଏନୁ ପଧାନ, ସ୍ବାଦିଟିକ୍ରାର ମହେନ୍ଦ୍ର ପଧାନ, ଚନ୍ଦ୍ରଶେଖର ପଧାନ, ଗ୍ରୀଣ୍ଡୋଲା ଗ୍ରାମର ଗୌନ୍ତିଆ ଦିଲିପ ମେହେର , ଗୋବିନ୍ଦ ସାହୁ, ଚୈ।ବର୍ଗ ସାହୁ , ତ୍ରିଲୋଚନ ଭୁଏ, ଖଗେଶ୍ବର ପଧାନ, ସହଁରାଟିକ୍ରାର ଡ଼ାକ୍ତର ମାଝୀ ,ସରୋଜ କୁମାର ଦାସ , ଜକ୍ତରାମ ପଧାନ, ହୁଆଲଦାର ସାହୁ, ରାଜିବ ଲୋଚନ ସାହୁ , ଲବ ପଧାନ, ସୁବାଷ ଚନ୍ଦ୍ର ପୋଡ଼, ରଞ୍ଜିତ ସାହୁ, ଗମ ବାଗ, କ୍ଷିରୋଦ୍ର ପଧାନ, ମାନଭଞ୍ଜନ ପଧାନ , ଦିପକ ପଧାନ ଏବଂ ଅନ୍ୟତମ ଉପସ୍ଥିତ ରହିଥିଲେ। ଜୟନ୍ତ ସତପଥି ପୂଜାର୍ଚ୍ଚନା କରିଥିଲେ। ପରେ ସରପଞ୍ଚ କ୍ଷିରୋଦ୍ର ପଧାନ ଫିତାକାଟି ସାଂସ୍କୃତିକ ରଙ୍ଗମଞ୍ଚ ଉଦଘାଟନ କରିଥିଲେ। ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ସମ୍ପନ୍ନ ପରେ ଜଳନ୍ଧର ଦରବାର୍ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଥିଲା । କାର୍ଯ୍ୟକ୍ରମଟି ୫ ଦିନ ଧରି ଚାଲୁ ରଖାଯାଇଥିବା ବେଳେ ବିଭିନ୍ନ ଜାତିୟ ମନୋରଞ୍ଜନ ଓ ମୀନାବଜାର ମହୋତ୍ସବରେ ସ୍ଥାନ ପାଇଥିବା ଦେଖାଯାଇଥିଲା।