May 10, 2026

ବଟେଶ୍ୱର ମନ୍ଦିର ଉର୍ନୟନ ପାଇଁ ବିଡିଓଙ୍କୁ ଭେଟିଲେ ପ୍ରତିନିଧି ଦଳ

IMG-20250422-WA0006
Share

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚଯାତଅନ୍ତର୍ଗତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଐତିହାସିକ ବାବା ବଟେଶ୍ୱର ଶୈବ ପୀଠ l ଉକ୍ତ ଶୈବ ପୀଠର ଉର୍ନତି କରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି l ବିଶେଷ କରି ଏନଅରଇଜିଏସରେ ଆସୁଥିବା ଟଙ୍କାରେ କିଭଳି ଉର୍ନତ ରାସ୍ତା ଘାଟ ନିର୍ମାଣ ହୋଇ ପାରିବ ସେନେଇ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ ଆଲୋଚନା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ,ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ,କୋଷାଧକ୍ଷ ନିରାକାର ଜେନା ପ୍ରମୁଖ ପାଞ୍ଚ ଜଣିଆ କମିଟି ଉପସ୍ଥିତ ଥିଲେ l