April 22, 2025
Share

    ଭଲ ମଣିଷ ଖୋଜା ଚାଲିଛି… କେବେ ମିଳୁଛି ଦେଖିବାର ଅଛି l ( ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର 10ମ ବାର୍ଷିକ ଉତ୍ସବ ଅନୁଷ୍ଠିତ )

ଗୋପ ହାପି କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର 10 ମ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ଗତ କାଲି ସନ୍ଧ୍ୟାରେ ମହାସମାହାରୋ ରେ ନିଜସ୍ୱ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ରାଜନେତା ଅଶ୍ୱିନୀ କୁମାର ପଟ୍ଟନାୟକ l ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ ରବୀନ୍ଦ୍ରନାଥ ସିଂ l ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ଗୋପ ଶିକ୍ଷା ମଣ୍ଡଳ ର କ୍ଲତଷ୍ଟୋର ସିଆରସି ଦୀପକ କୁମାର ସେନାପତି, l ବିଦ୍ୟାଳୟ ର ସ୍ଥାୟୀ ସଭାପତି ସୁକାନ୍ତ କୁମାର ପାଣ୍ଡେ ମଞ୍ଚଚୀନ ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ l ଠିକ ସେହିଭଳି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନିଲ କୁମାର ଭୋଇ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ଲିଙ୍ଗରାଜ ପ୍ରଧାନ l କଥା ପ୍ରସଙ୍ଗରେ ଅନେକ ଉପାଦାୟ ଓ ଉପଦେଶ ଦେଇ ଭଲ ମଣିଷ ଖୋଜା ଚାଲିଛି ପ୍ରସଙ୍ଗ ଟି ଅନ୍ୟଥା ହୃଦସ୍ପର୍ଶୀ ହୋଇଥିଲା l

ଗ୍ରୀସ ର ଜଣେ ଦାର୍ଶନିକ ଦିନରେ ଏକ ଲଣ୍ଠନ ଧରି କଣ କିଛି ଖୋଜୁଥିବାରୁ ସ୍ଥାନୀୟ ବ୍ୟକ୍ତି ମାନେ ତାଙ୍କୁ ପଚାରିଥିଲେ ଆଜ୍ଞା ଆପଣ ଦିନ ରେ କଣ ପାଇଁ ଲଣ୍ଠନ ଧରି ଖୋଜୁଛନ୍ତି l ଉତ୍ତର ରେ ଦାର୍ଶନିକ ଜଣକ କହିଥିଲେ ମୁ ଭଲ ମଣିଷ ଖୋଜୁଛି l ଆଜକୁ 2 ହାଜର ୩ ଶହ 61 ବର୍ଷ ବିତିଯାଇଥିଲେ ମଧ୍ୟ ଆମେ ଗୋଟେ ଭଲ ମଣିଷ ପାଇଲେନାହିଁ l ଏ ଉକ୍ତି ଟି ମଞ୍ଚାସୀନ ସଭାପତିତ୍ୱ କରୁଥିବା ବ୍ୟକ୍ତି ର କହିବାର ତାତ୍ପର୍ଯ୍ୟ ଆମେ ସମସ୍ତେ ନିଜ ପିଲାର ପରସେଣ୍ଟ କୁ ନେଇ ଚିନ୍ତିତ କେହିଁ ଜଣେ ଅବିଭାବକ ଚିନ୍ତା କରୁନାହାନ୍ତି ଯେ ମୋ ପିଲାଟି ଭଲ ମଣିଷ ହେଉ l ସମସ୍ତେ ଚାହାଁନ୍ତି ମୋ ପିଲାଟି ଡକ୍ଟର,ଇଞ୍ଜିନିଅର, ଓ ଏ ଏସ, ଆଇ ଏସ, ବୈଜ୍ଞାନିକ, ଆଦି ବଡ଼ ଅଫିସର ହେଉ ବୋଲି l ଅବଶେଷ ରେ ସେହିଁ ପିଲାମାନେ ତାଙ୍କ ପିତାମାତା ଙ୍କ ଅନ୍ତିମ ସମୟରେ ବିଦେଶ ରେ ରହୁଥିଲେ ଆଉ ପିତାମାତା ଙ୍କ ଶୁଦ୍ଧିକ୍ରିୟା ରେ ଅନୁପସ୍ଥିତ ରହୁଥିଲେ l ସେଭଳି ଶିକ୍ଷା ପ୍ରାପ୍ତି ଅପେକ୍ଷା ବରଂ ମୂର୍ଖ ହୋଇ ଘରେ ରହି ପିତାମାତା ଙ୍କ ସେବା କରିବା କୋଟି ଗୁଣେ ଭଲ ବୋଲି ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ପ୍ରଧାନ ତାଙ୍କ ଭାଷଣ ପ୍ରସଙ୍ଗ ରେ ସମସ୍ତି ଙ୍କୁ ଉଦବୋଧନ ଦେଇଥିଲେ l ତତସହିତ ଉକ୍ତ ଉତ୍ସବ ରେ ମଧ୍ୟ ସଭାପତିତ୍ୱ କରିଥିଲେ l ସଭା କାର୍ଯ୍ୟ ପରେ ଉକ୍ତ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀଙ୍କୁ ବିଭିର୍ନ୍ନ କ୍ଷେତ୍ର କୃତିତ୍ୱ ଅର୍ଜନ କରିବା କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା l ଅବଶେଷରେ ବିଦ୍ୟାଳୟ ର ପ୍ରଣାପ୍ରତିଷ୍ଠାତା ଵା ସ୍ରଷ୍ଟା ବ୍ରଜମୋହନ ଜେନା ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା l ଏଥିରେ ଉକ୍ତ ବିଦ୍ୟାଳୟ ର ଏକାଧିକ ଗ୍ରୁପ ଭାଗ ନେଇଥିଲେ ସେମାଙ୍କ ଦ୍ଵାରା ଖୁବ ସୁନ୍ଦର ଶୈଳ ରେ ନୃତ୍ୟ ପରିବେଷଣ ହୋଇଥିଲା l ମଞ୍ଚ ପରିଚାଳନ କରିଥିଲେ ଗୋପ ଅଞ୍ଚଳ ର ସୁନାମ ଧନ୍ୟ ଭାଷାବିତ ଵା ଭାଷ୍ୟକାର ସଂଗ୍ରାମ କେଶରୀ ମହାନ୍ତି l ଆଉ ତାଙ୍କୁ ସହଯୋଗ କରିଥିଲେ ଅନୁଷ୍ଠାନ ର ସମସ୍ତ ଗୁରୁଜୀ ଓ ଗୁରୁମାମାନେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed