ପୁରୀ ଅର୍ବାନ ଓ ରୁରାଲ ଡେଭଲପମେଣ୍ଟ କୋପରେଟିଭ ସୋସାଇଟି ପକ୍ଷରୁ ୫୦ ୟୁନିଟ ରକ୍ତ ସଂଗ୍ରହ l

ଆଜି ପୁରୀ ଅର୍ବାନ ଓ ରୁରାଲ ଡେଭଲପମେଣ୍ଟ କୋପରେଟିଭ ସୋସାଇଟି ଲିଃ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଲ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ କର୍ମଚାରୀ ମିଶି ଏହି ରକ୍ତଦାନ ଶିବିରକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ l ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ଅବସରରେ ରେ ପୁରୀର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ମହାନ ପଦକ୍ଷେପ କୁ ସୁକାନ୍ତ କୁମାର ମହାପାତ୍ର, ମୋନାଲିସା ମିଶ୍ର, ଆୟୋଜନ ସାନ୍ତ୍ୱନୁ ପାଣ୍ଡେ, ସିଦ୍ଧାର୍ଥ ମିଶ୍ର, ସୁରେଶ ବିଶ୍ୱାଳ ଓ ପୁରୀ ବ୍ଲଡ଼ ବ୍ୟାଙ୍କ ମିଳିତ ସହଯୋଗ ରେ ସୁନ୍ଦର ଭାବରେ ଆୟୋଜନ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ