June 18, 2026

ପୋଖରୀରେ ବୁଡ଼ି ବାଳକର ମୃତ୍ୟୁ 

hand
Share

 

ବୁଗୁଡା : ତା ୦୭/୦୫/୨୫ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମରେ ପୋଖରୀରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବାଳକ ଜଣକ ହେଲେ ତାଳସାକର ଗ୍ରାମର ସାଇରାମ ସ୍ବାଇଁ(୯) । ପ୍ରକାଶ ଯେ, ବାପାମାଆ ଛେଉଣ୍ଡ ସାଇରାମ ମାମୁଁ ଘର ଡାକରାବାଡିରେ ରହି ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲା। ସେ ଅଜାଆଈଙ୍କ ସହ ମିଶି ଗୌଡିଆବୋରଦା ଗ୍ରାମକୁ ଏକ ବାହାଘର ଭୋଜିକୁ ଆସିଥିଲା। ତେବେ ଆଜି ସକାଳେ ସେହି ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ସେ ବୁଡି ଯାଇଥିଲା। ଗାଁ ଲୋକେ ତାକୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।