May 10, 2026

ଡ଼ଙ୍ଗରପଡାରେ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ଵନକ୍ଷତ୍ର ଅବସରରେ ସଂକୀର୍ତନ ବୈଠକି 

IMG-20250322-WA0020
Share

 

ସମ୍ବଲପୁର, ୨୨. ୦୩ : ଡ଼ଙ୍ଗରପଡାରେ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ଵନକ୍ଷତ୍ର ଅବସରରେ ଆଜି ସଂକୀର୍ତନ ବୈଠକି ଅନୁଷ୍ଠିତ ହୋଇଯାଇଛି।ଡଙ୍ଗରପଡାର ବ୍ରାହ୍ମଣପଡା ଓ କନ୍ଧପଡାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି ପରେ ଝାରସୁଗୁଡା ଜିଲ୍ଲାର ଚିଖିଲାପାଲି ସଂକୀର୍ତ୍ତନ ମଣ୍ଡଳୀ ଓ ସମ୍ବଲପୁର ଜିଲ୍ଲାର ପିଥମପୁର (ତଳିପଡ଼ା) ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟରେ ବୈଠକି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚିଖିଲାପାଲି ର ନରେନ୍ଦ୍ର କୁମାର ନାଥ ଗାୟକ ଓ ଆନନ୍ଦ ପଟେଲ ବୈଷ୍ଣବ ଧୂରୁଆ, ଶିଵ କିସାନ ବାହକ ରହିଥିଲେ। ସେହିପରି ପିଥମପୁର ସଂକୀର୍ତନ ମଣ୍ଡଳୀରେ ସନତ କୁମାର ମିଶ୍ର ଗାୟକ ଥିବା ବେଳେ କ୍ଷୀରୋଦ ମିଶ୍ର, ଶ୍ରୀବନ୍ତ ମିଶ୍ର ଓ କାହ୍ନୁ ରଣା ବାହକ ରୂପେ ରହି ଏହି ବୈଠକି ରେ ପ୍ରଭୁ ନାମ ସଂକୀର୍ତନ କରିଥିଲେ।ଏହି ଅବସରରେ ନାମଯଜ୍ଞ କମିଟି ପକ୍ଷରୁ ଏକ ସଭା ସଭାପତି ଇଂ. ସଞ୍ଜୀବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟକାରୀ ସଭାପତି ତଥା ସ୍ଥାନୀୟ ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଞ୍ଚଳବାସି ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସଂକୀର୍ତ୍ତନ ପ୍ରେମୀ ଶ୍ରୀକାନ୍ତ ମାଝୀଙ୍କ ଅକାଳ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପଣ୍ଡିତ ଶାଶ୍ବତ କୁମାର ବଡ଼ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶ୍ରୀମତୀ ମିନୁ ପ୍ରଧାନ ଓ ଅଶ୍ବିନୀ ପ୍ରଧାନ ସସ୍ତ୍ରିକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ।ନଗର ସଂକୀର୍ତ୍ତନ ପରେ ସମସ୍ତଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।ସାଧାରଣ ସଂପାଦକ ବିଶ୍ବଜିତ ମାଝୀ, ମାନସ କୁମାର ସାହୁ, ସୀତାରାମ ମାଝୀ, ବଂଶୀଧର ବେହେରା, ଦିଲ୍ଲୀପ କୁମାର ପଣ୍ଡା, ଶଶୀ ଭୂଷଣ ବେହେରା ପ୍ରମୁଖଙ୍କ ସହିତ ନାମଯଜ୍ଞ କମିଟି ଏହାକୁ ପରିଚାଳନା କରିଥିଲେ।