March 9, 2026

ଗୁଣୁପୁର ମାଟିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

IMG-20260222-WA0014
Share

 

ଗୁଣୁପୁର, ୨୧/୦୨( ସୁରେନ୍ଦ୍ର ମହାନ୍ତି ) : ରାୟଗଡ଼ା ଜିଲ୍ଲା ଗୁଣୁପୁର ସହର ର ମାଟିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆର ମହତ୍ତ୍ୱ ଉପରେ ଭାଷଣ, କବିତାପାଠ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏଥିରେ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା।ଏହି ସାଂସ୍କୃତିକ କାର୍ଯକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଯଥା : ଓଡ଼ିଶୀ ନୃତ୍ୟ, ପ୍ରବନ୍ଧ ପ୍ରତିଯୋଗିତା,ଗିତ ଇତ୍ୟାଦି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ପଞ୍ଚମ ଶ୍ରେଣୀରେ ପଢୁଥିବା ” ପ୍ରକୃତି ଲିମା ” ଓଡ଼ିଶୀ ନୃତ୍ୟ ପରିବଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଗିତ ଗାନ କରି ଇଶାନି ଶବର , ପ୍ରବନ୍ଧରେ ଜଗଦିଶ ପାଣି ଏବଂ ବକ୍ତୃତା ରେ ହର୍ଷିତା ପାତିକା ଙ୍କୁ କୃତିତ୍ୱ ହାସଲ କରିଥିବାରୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ଶିକ୍ଷକମାନେ ମାତୃଭାଷା ମାଧ୍ୟମରେ ଶିକ୍ଷାର ଆବଶ୍ୟକତା ଓ ଭାଷା ସଂରକ୍ଷଣର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଅର୍ଜୁନ ଚୌଧୁରୀ, ଶିକ୍ଷୟିତ୍ରୀ ପଙ୍କଜ ରଥ , ସି.ଟି ସ୍କୁଲ ଗୁଣୁପୁର ର ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ଉପସ୍ଥିତ । ଶେଷରେ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାତୃଭାଷାକୁ ସମ୍ମାନ ଓ ସୁରକ୍ଷା କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ନିଜ ମାତୃଭାଷା ପ୍ରତି ଗର୍ବ ଓ ଆତ୍ମସମ୍ମାନ ବୃଦ୍ଧି କରିଛି ।