March 8, 2026

ଉମରକୋଟ ହେଲ୍ପ ଲାଇନ ପକ୍ଷରୁ ମହିଳା ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ର ଶୁଭାରମ୍ଭ

IMG-20260222-WA0007
Share

 

* ୩୮ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀ ସାମିଲ

* ସାଇକୃତି, ଅର୍ପିତା, ଏବଂ ମହିନୁର ଫାଇନାଲ ରେ ପ୍ରବେଶ

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ଉପାନ୍ତ ଅଞ୍ଚଳରେ ରେ ବିନା କୌଣସି ଅନୁଦାନ ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପକ୍ଷରୁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ l ସେଥି ମଧ୍ୟରୁ କ୍ରୀଡା ହେଉଛି ଏକ ଅନନ୍ୟ କାର୍ଯ୍ୟକ୍ରମ l  ଭାରତ ଏକ ଯୁବ ପ୍ରତିଭା ର ଦେଶ l ବିଶ୍ୱର ସର୍ବାଧିକ କ୍ରୀଡା ପ୍ରତିଭା ଯୁବକ ଯୁବତୀ ଏଠାରେ ରୁହନ୍ତି l ତଥାପି ଆମେ କ୍ରୀଡା କ୍ଷେତ୍ରରେ ଯେଉଁଭଳି ସ୍ତରରେ ସଫଳତା ହାସଲ କରିବା କଥା, ଏପର୍ଯ୍ୟନ୍ତ ସେହି ସ୍ତରରେ ପହଁଚି ପାରିନାହୁଁ l ଏହାର ମୁଖ୍ୟ କାରଣ ହେଲା ଆମ ଦେଶର କ୍ରୀଡା କ୍ଷେତ୍ର ତୁଳନାତ୍ମକ ଭାବେ ଅବ୍ୟବସ୍ଥିତ l ନୀତି ଅଛି ହେଲେ ଏହାକୁ ଅନୁସରଣ କରି ଅଲମ୍ପିକ ଭଳି ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ରେ ପଦକ ଅର୍ଜନ କରିବାରେ ଆଗ୍ରହ ପ୍ରାୟ ନାହିଁ କହିଲେ ଚଲିବ l ସେଥିପାଇଁ ସମଗ୍ର ଭାରତ ବର୍ଷରେ କ୍ରୀଡା ସଂସ୍କୃତି ସୃଷ୍ଟି କରିବା ସହ ପ୍ରତିଦ୍ବନ୍ଦିତା ପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତା ରେ ଭାରତ କୁ ଏକ ମହାଶକ୍ତି ଭାବେ ଗଢି ତୋଳିବାର ଲକ୍ଷ ନେଇ ଆଜିର ଯୁବ ପିଢ଼ି କୁ ଆଗେଇ ଆସିବାକୁ ପଡିବ l ଏହି ପରିପେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପକ୍ଷରୁ ମହିଳା କ୍ରୀଡ଼ାବିତ ଙ୍କୁ  ବିଶ୍ୱ କ୍ରୀଡା ଦରବାର ରେ ପରିଚିତ କରିବା ଉଧେଶ୍ୟ ରେ ମହିଳା ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି l ଯେଉଁଥିରେ ଜୁନିଅର ବିଭାଗ ରେ ୩୮ ଟି ଦଳ ଏବଂ ସିନିଅର ବିଭାଗ ରେ ୨୨ ଟି ଦଳ ଅଂଶଗ୍ରହଣ କରଛନ୍ତି | ଜୁନିଅର ବିଭାଗ ରେ ଅର୍ପିତା ସାହୁ, ମହିନୁର ଅଲ୍ଲୀ ଏବଂ ସାଇକୃତି ପଣ୍ଡା ଫାଇନାଲ ରେ ପ୍ରବେଶ କରିଛନ୍ତି | ଏହି ମହିଳା ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ରେ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ଉପସ୍ଥିତ ରହି ଶୁଭାରମ୍ଭ କରି ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ଜ଼ିଲ୍ଲା ମାନଙ୍କରେ କ୍ରୀଡା ସଙ୍ଘ ମାନ ଗଠନ କରିଛନ୍ତି, ଯେଉଁଥିରେ ଆମ ଜ଼ିଲ୍ଲା ରେ ଜିଲ୍ଲାପାଳ ସଭାପତି ରହିଛନ୍ତି l ସେହିପରି ମହିଳା ମାନଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରି ମହିଳା କ୍ରୀଡାର ବିକାଶ ପାଇଁ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପ୍ରଚେଷ୍ଟା କୁ ଉପସ୍ଥିତ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ l ସଂସ୍ଥା ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ସମ୍ମାନିତ ଅତିଥିଭାବେ ବରିଷ୍ଠ ଶିକ୍ଷକ ନରେଶ ପଟନାୟକ, କ୍ରୀଡା ଶିକ୍ଷକ ଏମ. ବିଜୟ କୁମାର ଏବଂ କୁସୁମ ନାୟକ, ସାଇକୃତି ପଣ୍ଡା ପ୍ରମୁଖ ଯୋଗ ଦେଇ ମହିଳା କ୍ରୀଡା ପାଇଁ ହେଲ୍ପ ଲାଇନ କୁ ଉଚ୍ଚ ପ୍ରଶଂସା କରିଥିଲେ l ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସଂସ୍ଥା ର ର ଉପ ସଭାପତି ଇଞ୍ଜିନିଅର ଚନ୍ଦନା ମଲ୍ଲିକ ପରିଚାଳନା କରଥିବା ବେଳେ, ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ନରେଶ କୁମାର ପଟ୍ଟନାୟକ କ୍ରୀଡା ସଂଯୋଜକ ସଲିମ ରାଠୋର ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ | ବହୁ ବର୍ଷ ଧରି ହେଲ୍ପ ଲାଇନ ପକ୍ଷରୁ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ କରିଆସୁଥିବା ବେଳେ, ଗତ ୪ ବର୍ଷ ଧରି ମହିଳା ମାନଙ୍କୁ ନେଇ ମଧ୍ୟ ମହିଳା ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ କରି ରାଜ୍ୟରେ ବହୁ ପ୍ରଶଂସିତ ହୋଇ ପାରିଛି l ହେଲେ ମହିଳା ମାନେ ସ୍ୱତନ୍ତ୍ର ଭାବେ ଅଭ୍ୟାସ ଓ ପ୍ରଶିକ୍ଷଣ ନିମନ୍ତେ ଏକ ବ୍ୟାଡ଼ମିଣ୍ଟନ ଖେଳ ପଡିଆର ଆବଶ୍ୟକ ଥିବାରୁ ଏହାକୁ ନିର୍ମାଣ ପାଇଁ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ପ୍ରତିଶୃତି ଦେଇଛନ୍ତି l ଏଥିପାଇଁ ମନ୍ତ୍ରୀ  ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସଂସ୍ଥା ପକ୍ଷରୁ ଅଶେଷ ଅଶେଷ ସାଧୁବାଦ ଗ୍ୟାମ୍ପନ କରାଯାଇଛି | ଏହାଛଡା ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ଙ୍କର ମହାନ ସହଯୋଗ ଦିନେ ଉମରକୋଟ ଅଞ୍ଚଳରୁ ଦୌଡ଼ ରାଣୀ ଦୁତି ଚାନ୍ଦ, ସାଇନା ନେହାଲ ଏବଂ ସାନିଆ ମିର୍ଜା ଭଳି କ୍ରୀଡା ତାରକା ସୃଷ୍ଟି କରି ଜ଼ିଲ୍ଲା ତଥା ରାଜ୍ୟର ନାଁ  ଗୌରବନିତ କରିବାରେ ସହାୟକ ହେବ ବୋଲି ନିଜ ଅଭିଭାଷଣ ରେ ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟନାୟକ ଏବଂ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ କହିଥିଲେ l