ପୁରୀଜିଲ୍ଲା ଜୁନିଅର ବାଳିକା ହକିରେ ଏକନମ୍ବର ମେଡାଲ ଜିତିଲେ ଗୋଲକିପର ଲିପ୍ସାରାଣୀ
ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ ଲିପ୍ସାରାଣୀଙ୍କ ଘର ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗଯୋଡ଼ି ଗ୍ରାମପଞ୍ଚାୟତ ତୋରାଣିଆ ଗ୍ରାମରେ ହୋଇଥିବା ବେଳେ ନିଜବାପା ସାମ୍ବାଦିକ ରମେଶ ସାହୁ ଦୀର୍ଘ ତିରିଶ ବର୍ଷ ହେବ ପୁରୀ ନରେନ୍ଦ୍ରକୋଣ ସ୍ଥିତ ଶକ୍ତିବିହାର ରେ ରହି ଆସୁଛନ୍ତି l ମାତା ସୁମିତ୍ରା ସାହୁ ଜଣେ ଆଦର୍ଶ ଗୃହିଣୀ ସହିତ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିଛନ୍ତି l ଲିପ୍ସାରାଣୀ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅଧୟନ କରନ୍ତି l ଚଳିତ ବର୍ଷ ନବମ ଶ୍ରେଣୀ ଆରମ୍ଭରୁ ବିଦ୍ୟାଳୟ ର କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନା ଙ୍କ ପ୍ରଚେଷ୍ଟା କ୍ରମେ ପୁରୀଜିଲ୍ଲା ସବଜୁନିଅର ବାଳିକା ହକିଟିମକୁ ମନୋନୀତ ହୋଇଥିଲେ l କିନ୍ତୁ ଲିପ୍ସାଙ୍କର ହକି ଖେଳିବାକୁ ଇଛା ନଥିଲା କିନ୍ତୁ ପ୍ରତିଦିନ ସକାଳୁ ପିତା ରମେଶ ସାହୁ ଲିପ୍ସାଙ୍କୁ ଉଠାଇ ପୁରୀ ଜିଲ୍ଲା ସ୍କୁଲ ପଡିଆକୁ ନେଇ ଯାଉଥିଲେ l ସେଠାରେ କୋଚ ରାଜୁ ଗୌଡ଼ ଏବଂ ଗୌତମ ନାୟକଙ୍କ ପ୍ରଚେଷ୍ଟା ରେ ସବଜୁନିଅର ବାଳିକା ବିଭାଗ ର ଗୋଲକିପର ହୋଇ ଉଚିତ ପ୍ରଶିକ୍ଷଣ ଗ୍ରହଣ କରିବାପରେ ଜୁନିଅର ବାଳିକା ବିଭାଗ ର ଗୋଲକିପର ହୋଇଥିଲେ l ପୁରୀ ଜିଲ୍ଲା ସ୍କୁଲ ପଡିଆରେ ବାଲିମାଟିରେ ଅଭ୍ୟାସ କରି ପ୍ରଥମ ଥର ଭୁବନେଶ୍ୱର ହକି ଷ୍ଟାଡିଅମ ମ୍ୟାଟ ରେ ଖେଳି ୪-୦ ରେ ମ୍ୟାଚ ହାରି ଆସିଥିଲେ l ପରେପରେ ଛତ୍ରପୁର, ରାଉଲକେଲା, ଅନୁଗୁଳ ଇତ୍ୟାଦି ଷ୍ଟାଡିଅମ କୁ ଯାଇ ମ୍ୟାଚ ବରାବର କରିବା ସହିତ ମ୍ୟାଚ ଜିତି ଆସିଛନ୍ତି l ଏବେ ଲିପ୍ସା ପୁରୀଜିଲ୍ଲା ଟିମରେ ଖେଳି ଏକ ନମ୍ବର ମେଡାଲ ଜିତିବା ସହିତ ପୁରୀ ସହରର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ଲିପ୍ସାଙ୍କ ବାପା ରମେଶ ସାହୁଙ୍କ କହିବାନୁସାରେ ପ୍ରଥମେ ଲିପ୍ସା ସକାଳୁ ଉଠି ଖେଳ ଅଭ୍ୟାସ କୁ ଯିବାକୁ ରାଜି ହେଉନଥିବା ବେଳେ କିଛିଦିନ ପରେ ପ୍ରତିଦିନ ସକାଳ ୫ଟା ୩୦ ରୁ ଉଠି ଖେଳ ଅଭ୍ୟାସ ରେ ଯାଇ ସକାଳ ୯ଟା ୩୦ ରେ ଘରକୁ ଆସି ବିଦ୍ୟାଳୟ କୁ ଯାଆନ୍ତି ବିଦ୍ୟାଳୟ ରୁ ସିଧା ଅପରାହ୍ନ ୪ଟାରେ ଘରକୁ ନଆସି ଜିଲ୍ଲା ସ୍କୁଲ ଖେଳ ଅଭ୍ୟାସ ପାଇଁ ଯିବା ସହିତ ସେଠାରୁ ସନ୍ଧ୍ୟା ୬ ଟାରେ ସିଧା ଟିଉସନ ଯାଆନ୍ତି ଲିପ୍ସା l ରାତି ୯ଟା ୩୦ ରେ ଘରକୁ ଫେରନ୍ତି l ପ୍ରତିଦିନ ସକାଳ ୯ଟା ୩୦ ରୁ ଘରୁ ଯାଇ ପ୍ରତିଦିନ ରାତି ୯ଟା ୩୦ ରେ ଘରକୁ ଫେରୁଛନ୍ତି ଲିପ୍ସା l ଲିପ୍ସାଙ୍କ ସଫଳତା ପାଇଁ ତାଙ୍କ ବାପା ରମେଶ ସ୍ଥାନୀୟ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ ସାହୁ, ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନା, କୋଡିନେଟର ଗୋପାଳ ଚନ୍ଦ୍ର ପରିଡା, ଦୁଇ କୋଚ ଏବଂ ରଞ୍ଜନ ରେଡି ସାରଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
