“ବିଶ୍ୱବାଣୀ ” ର ଖୋର୍ଦ୍ଧା ଜ଼ିଲ୍ଲା ପ୍ରତିନିଧି ଙ୍କୁ ଖଣି ମାଫିଆ ଙ୍କ ଆକ୍ରମଣେ

ଖୋର୍ଦ୍ଧା–:(ପ୍ରିୟଙ୍କା ମହାପାତ୍ର) ଦୈନିକ ଓଡ଼ିଆ ସମ୍ବାଦପତ୍ର ” ବିଶ୍ୱବାଣୀ ” ର ଖୋର୍ଦ୍ଧା ଜ଼ିଲ୍ଲା ପ୍ରତିନିଧି ଆକାଶ କୁମାର ବିଶ୍ୱାଳ ନିଜ ଘରକୁ ଫେରୁଥିବା ସମୟରେ ଖଣି ମାଫିଆ ମାନଙ୍କ ଦ୍ୱାରା ମରଣାତ୍ମକ ଆକ୍ରମଣ ର ଶିକାର ହୋଇ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ l ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଟାଙ୍ଗିଆ ପଡା ଗ୍ରାମ ପଞ୍ଚାୟତ ର ଅନେକ ସ୍ଥାନରେ ଖଣି ମାଫିଆ ଙ୍କ ଦୌରାତ୍ମ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏପରିକି ସେହି ଅଞ୍ଚଳ ରେ ସରକାରୀ ଜମି ଗୁଡିକ ରେ ଯଥା- ଶ୍ମଶାନ, ଗୋଚର, କାଜୁ ଜଙ୍ଗଲ ଗୁଡିକ ରୁ ଅବିଶ୍ରାନ୍ତ ଭାବରେ ଦିନ ଦ୍ବିପ୍ରହର ସମୟରେ ମାଙ୍କଡା ପଥର କଟା ଓ ମୋରମ ଖୋଳା ଚାଲିଛି l ଏସବୁକୁ ବିରୋଧ କଲେ ଗ୍ରାମବାସୀ ମାନେ ଖଣି ମାଫିଆ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି l ଗ୍ରାମବାସୀ ଙ୍କ ଅଭିଯୋଗପରେ ବିଭିନ୍ନ ମୁଦ୍ରିତ ଓ ବୈଦ୍ୟୁତିକ ଗଣ ମାଧ୍ୟମ ଗୁଡିକ ଖବର ପ୍ରକାଶନ ହେବାପରେ କର୍ତ୍ତବ୍ୟରତ ଗଣ ମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କ ଆକ୍ରମଣ ଶିକାର ହେଉଛନ୍ତି l ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତକାଲି ଆକ୍ରମଣ ର ଶିକାର ହୋଇଥିବା ଯୁବ ସାମ୍ବାଦିକ ଆକାଶ କୁମାର ବିଶ୍ୱାଳ l ଯିଏକି ଚୋରା ମାଙ୍କଡା ପଥର ଖଣି ସମ୍ପର୍କିତ ସମ୍ବାଦ ନିଜ ସମ୍ବାଦପତ୍ର ରେ ପରିବେଷଣ କରି ଜ଼ିଲ୍ଲା ପ୍ରଶାସନ ର ଦୃଷ୍ଟି କୁ ଆଣିଥିବାବେଳେ ଆଜି ସେ ଖଣି ମାଫିଆ ଙ୍କ ଆକ୍ରମଣ ର ଶିକାର ହୋଇଛନ୍ତି l ଏ ସମ୍ପର୍କ ରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ରେ ସେ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପକ୍ଷପାତିତା ନୀତି ଅବଲମ୍ବନ କରୁଥିବା ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ, କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ ଦାବୀ ନେଇ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ସଭାପତି ପ୍ରକାଶ କୁମାର ହାତୀ, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସମେତ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଏକତ୍ରିତ ହୋଇ ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିବା ସହିତ 24 ଘଣ୍ଟା ମଧ୍ୟ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଏବଂ ଶିଳ୍ପାଞ୍ଚଳ ଥାନା ଅଧିକାରିଣୀ ଖଣି ମାଫିଆ ମାଫିଆ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାନଗଲେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସି ରହିବେବୋଲି ଚେତାବନୀ ଦେଇଛନ୍ତି l