ଆଜିର ଖବର..

୧-ଭୁବନେଶ୍ୱର:୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ।
୨-ଭୁବନେଶ୍ୱର:୮୦ଟି ନିୟୋଜନ କାର୍ଯ୍ୟାଳୟରେ,ପାଞ୍ଚବର୍ଷରେ ୧୧.୯୭ଲକ୍ଷ ପଞ୍ଜିକୃତ, ନିଯୁକ୍ତି ମିଳିଛି ୨୨୯୪ଜଣକୁ ।
୩-ପାଲଲହଡ଼ା: ସୀମା ଟପିଲା ପାଶବିକତା,ଗଣ ବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା!
୪-ଖଲିକୋଟ:ପ୍ରଥରା ପଞ୍ଚାୟତରେ ବ୍ଯାପିଲା କାମଳ ରୋଗ,୧୫ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ଆରମ୍ଭ।
୫-ଜଳେଶ୍ଵର:ଖଣିଠୁ ବଳିଛି ବାଲିଚୋରି,୯୦ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ି,୩୮ ଜବତ।
୬-ରାଜ୍ଯ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ନିକଟରେ ନିଜ ପକ୍ଷ ରଖିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା, କିଟ୍ ରେଜିଷ୍ଟ୍ରାର ଓ ଭିସି
୭-ଆଜିଠୁ ଜନତା ମଇଦାନରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା,ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ।
୮-ମହାପ୍ରଭୁଙ୍କୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’, ସେବନ କଲେ ସେବକ ଓ ଅଧିକାରୀ।
୯-କିଟ୍ ବିଶ୍ବବିଦ୍ୟାଳୟରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ।
୧୦-ରାଜ୍ୟ ବଜେଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:ବସ୍ତାନୀ ଭାରି, ପାଠ ଘର ଶୂନ
୧୧-କାମାକ୍ଷାନଗର:ପରକୀୟା ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ, ସୂଚନା ଦେଲେ ଏସପି।
୧୨-ଭୁୁବନେଶ୍ୱର: ବିଜେପି ଓ ବିଜେଡି ଭଳି ଆମ ପାଖରେ ପଇସା ନାହିଁ ।ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି
୧୩-ଝାରସୁଗୁଡା:ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଲା, ଆରମ୍ଭ ହେଲା ଖୋଳତାଡ଼।
୧୪-ଉଦଳା:ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍- ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ଗୁରୁତର ଆହତ।
୧୫-ରାଜନଗର: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ,ଜଣେ ସାଇକେଲ ଆରୋହୀ ମୃତ, ୧୧ ଆହତ।
୧୬-ଆଠଗଡ଼:ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣା, ୩ ଜଣକୁ ଗିରଫ କଲା ପୋଲିସ।
୧୭-ଟିଟିଲାଗଡ଼଼: କୋଇଲା ବୋଝେଇ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା।
୧୮-ରଣଜୀ ଟ୍ରଫି ଫାଇନାଲରେ ପ୍ରଥମ ଥର ପାଇଁ କେରଳ ଟିମ୍ । ୭୪ ବର୍ଷ ପରେ ଇତିହାସ ରଚିଲା ଦଳ।
୧୯-ସୋସିଆଲ ମିଡିଆ ଏକ୍ସରୁ ହଟିବ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧିତ ୨୫୮ ଭିଡିଓ । ୩୬ଘଣ୍ଟାର ସମୟ ଦେଇ ନିର୍ଦ୍ଦେଶ ଦେଲା ରେଳମନ୍ତ୍ରାଳୟ ।
୨୦-ଲାହୋର: ଚମ୍ପିୟାନ ଟ୍ରଫିରେ ଅଷ୍ଟ୍ରେଲିଆ -ଇଂଲଣ୍ଡ ବଡ଼ ମୁକାବିଲା ଆଜି।
୨୧-ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ BBC ଇଣ୍ଡିଆ ଉପରେ ୩.୪୪ କୋଟି ଟଙ୍କା ଜରିମାନା ଲଗାଇଲା ଇଡି, ନିର୍ଦ୍ଦେଶକଙ୍କ ଉପରେ ବି ଆକ୍ସନ।
୨୨-ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ଚହଳ । ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ।
*🙏 ସୁପ୍ରଭାତ 🙏*