ଆଜିର ଖବର…
➡️୧-୩୦ଟି ଜିଲ୍ଲାର ୯୫ % ପଞ୍ଚାୟତକୁ ବ୍ଲକ ସହିତ ଯୋଡିଲା ଲକ୍ଷ୍ମୀ ବସ୍ l ଗତକାଲି ଆଉ ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ଚାଲିଲା ୨୫୫ଟି ବସ୍ l
➡️୨-AI କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ୍ ପରୀକ୍ଷାରେ ପରିଚାଳନାଗତ ତ୍ରୁଟି, ୮ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ହେଲା ନୋଟିସ l
➡️୩-ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ ।
➡️୪-ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ l ଗଞ୍ଜାମ, ନବରଙ୍ଗପୁର ଏବଂ ମୟୁରଭଞ୍ଜରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଉଦବୋଧନ l
➡️୫-ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗବାନୀ ଗତକାଲି ଗୋଆରେ ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ କଲେ ବିବାହ l
➡️୬-ବିର୍ବାଚନ ପୂର୍ବରୁ ଆଖୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, କ୍ଵିଣ୍ଟାଲ ପିଛା ଆଖୁର କ୍ରୟ ମୂଲ୍ୟ ବଢିଲା ୨୫ ଟଙ୍କା l କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକ ପରେ ଏନେଇ ଦେଲେ ସୂଚନା l
➡️୭-ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୩ ସ୍ଥାନର ତାପମାତ୍ରା l ଭୁବନେଶ୍ବର ସର୍ବାଧିକ ୩୬.୪ ଡିଗ୍ରୀ ରେକର୍ଡ କରାଯାଥିବାବେଳେ ଏହା ତଳକୁ ଟିଟଲାଗଡ଼ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି।
➡️୮-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ l ହାତୀର ଗତିବିଧି ଉପରେ ଏଣିକି ନଜର ରଖାଯାଇପାରିବ।
➡️୯-ଖୁବ୍ଶୀଘ୍ର ସୋନପୁରରୁ ବଲାଙ୍ଗୀର ପାସେଞ୍ଜର ଟ୍ରେନ୍ ଓ ସୋନପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କିତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ଅନୁମୋଦନ l
➡️୧୦-ଆହୁରି ବ୍ୟାପକ ହେଲା ଜିଓ ଏୟାରଫାଇବର, ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ହେଲାଣି ଉପଲବ୍ଧ l
➡️୧୧-ଖ୍ୟାତନାମା ଆଇନଜୀବୀ ତଥା ସୁପ୍ରିମ୍କୋର୍ଟର ବରିଷ୍ଠ ଓକିଲ ଫଲି ଏସ୍ ନରିମାନଙ୍କ ୯୫ ବର୍ଷ ରେ ହେଲା ପରଲୋକ l ପୂର୍ବାହ୍ଣ ୧୦ଟାରେ ନୂଆଦିଲ୍ଲୀର ପାର୍ସୀ ଆରାମଗାହଠାରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ l
➡️୧୨-ବିଶ୍ୱର ସବୁଠୁ ବଡ ସାପ: ଆମାଜନ ଜଙ୍ଗଲରୁ ମିଳିଲା ୨୬ ଫୁଟ୍ ଲମ୍ବା, ୫ କୁଇଣ୍ଟାଲ ଓଜନର ସବୁଜ ଆନାକୋଣ୍ଡା l ୫୦୦ କିଲୋଗ୍ରାମର ଓଜନ ଏବଂ ୨୬ଫୁଟରୁ ଅଧିକ ଲମ୍ବ, ଏହି ବିରାଟ ସର୍ପ ପୂର୍ବର ସମସ୍ତ ଆକାର ରେକର୍ଡ ଭାଙ୍ଗିଛି।
➡️୧୩-ଦୁଇ ଦିନ ପାଇଁ କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ, ଚାଷୀ ନେତା କଲେ ବଡ଼ ଘୋଷଣା l ପଞ୍ଜାବ କୃଷକ ମଜଦୁର ସଂଘର୍ଷ ସମିତିର ମୁଖ୍ୟ ଚାଷୀ ନେତା ସରବନ ସିଂ ପଣ୍ଡେର ଗତକାଲି ସାମ୍ୱାଦିକ ସମ୍ମିଳନୀରେ କଲେ ଏହି ଘୋଷଣା l
➡️୧୪-ସୋନିଆ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ଦେଲେ ପରାମର୍ଶ, କହିଲେ ପୁଅକୁ ଭଲ ଶିକ୍ଷା ଦିଅ, ନଚେତ ଚୁପ୍ କରାଅ l
➡️୧୫-ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ମିଳିଲା ପ୍ରାୟ ୫୪ଟି ଡେଟୋନେଟର l ମିଳିଥିବା ଡିଟୋନେଟରଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରୋନିକ୍ ଡେଟୋନେଟର ଯାହା ପାହାଡ଼ ଭାଙ୍ଗିବା ପାଇଁ ବ୍ୟବହୃତ ହୋଇଥାଏ।
➡️୧୬-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଆକ୍ସନରେ ସିବିଆଇ, KCRଙ୍କ ଝିଅ କେ.କବିତାଙ୍କୁ ଇଡି ପଠାଇଲା ସମନ l
➡️୧୭-ଜେଫେରୀର ଭବିଷ୍ୟବାଣୀ :, ୨୦୨୭ ମସିହାରେ ଭାରତ ୫ ଟ୍ରିଲିୟନ ଡଲାର ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ l
➡️୧୮-ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତାକାଲି ଠାରୁ ଖେଳାଯିବ। ରାଞ୍ଚିରେ ଉଭୟ ଦଳ ହେବେ ମୁହାଁମୁହିଁ ।
➡️୧୯-FIH ପ୍ରୋ ଲିଗ୍: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଥମ ପରାଜୟ, ଶୁଟ୍ ଆଉଟ୍ରେ ୨-୪ରେ ହରାଇଲା ନେଦରଲ୍ୟାଣ୍ଡ l
➡️୨୦-ଆଜି ଠାରୁ ଆରମ୍ଭ ହେବ WPL ୨୦୨୪ l ଉଦ୍ଘାଟନୀ ସମାରୋହରେ ଶାହରୁଖ ଏବଂ ସାହିଦଙ୍କ ସମେତ ନିଜର ଜଲୱା ଦେଖାଇବେ ଅନେକ ବଲିଉଡ୍ କଳାକାର l ଡବ୍ଲୁପିଏଲ ୨୦୨୪ର ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ