March 12, 2026

ଜୁଆ ଆଡ୍ଡା ଉପରେ ଚଢ଼ାଉ  ୮ ଜୁଆଡି ଗିରଫ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ୬ ବାଇକ୍ ଜବତ

IMG-20260122-WA0144
Share

 

 

ଛତ୍ରପୁର ତା ୨୨.୧.୨୬(ଅରୁଣ କୁମାର ପଣ୍ଡା) ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଏହାସହ ସେମାନଙ୍କ ଠାରୁ ୨ ଲକ୍ଷ ୧ ହଜାର ୨୬୦ଟଙ୍କା ଜବତ ହୋଇଛି । ସେହିପରି ୬ ବାଇକ ଏବଂ ୧୦ ମୋବାଇଲ ଜବତ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ, ଆଜି ରାତିରେ ଛତ୍ରପୁର ଥାନା ଅଧୀନ ଚିକଲଖଣ୍ଡି ଗ୍ରାମ ନିକଟରେ ଏକ ପଥର କୁଆଁରି ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ପ୍ରୋଭିଜନାଲ ଆଇପିଏସ ନୀତେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଚଢାଉ କରିବା ସହ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏହି ଚଢାଉରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ବହୁ ଦିନ ହେଲା ସେହି ସ୍ଥାନରେ ଜୁଆ ଖେଳ ଜାରି ରହିଥିଲା । ଏହି ଚଢ଼ାଉ ବେଳେ ମୁଖ୍ୟ ଜଣଙ୍କ ଫେରାର୍‌ ରହିଛନ୍ତି ।