April 24, 2026

ଚତୁର୍ଥ ଦିନରେ ଗଜପତି ଉତ୍ସବ ମହାଆଡ଼ମ୍ବରରେ ପାଳିତ

IMG-20260122-WA0000
Share

ପାରଳାଖେମୁଣ୍ଡି, ତା.୨୧.୦୧.୨୦୨୬

 

ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଚତୁର୍ଥ ଦିନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ବୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗା ରାଜୁ , ନିର୍ଦ୍ଧେଶକ,ପ୍ରତ୍ୟୁଷ ଶ୍ରୀଯୁକ୍ତ ପ୍ରଭାତ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ, ମୋହନା ଶ୍ରୀଯୁକ୍ତ ସୁନୀଲ କୁମାର ବିଷୋୟୀ,ଜିଲ୍ଲାପରିଷଦ ସଭ୍ୟା,ରାୟଗଡ଼ ଶ୍ରୀମତୀ ଗୌତମୀ ଜାନି,ଜିଲ୍ଲାପରିଷଦ ସଭ୍ୟ,ରାୟଗଡ଼ ଶ୍ରୀ ପିତାମ୍ବର ନାୟକ,ଜିଲ୍ଲାପରିଷଦ ସଭ୍ୟ ଆର.ଉଦୟଗିରି ଦଣ୍ଡପାଣି ବଡ଼ମୁଣ୍ଡି,ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରାଯାଇଥିଲା । ଜିଲ୍ଲାର ୪ଜଣ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲା ପ୍ରଶାସନ ଗଜପତି ତତଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ । ପରେ ପରେ କଣ୍ଠ ଶିଳ୍ପି ସୁଜ୍ଞାନି ମହାପାତ୍ରଙ୍କ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ କରାଯାଇଥିଲା ।

You may have missed