August 7, 2026
ajiro khabar
Share

 

 

୧-ଭୁବନେଶ୍ୱର:DBT ମାଧ୍ୟମରେ ମିଳିବ ବନ୍ୟା ସହାୟତା, ରିପୋର୍ଟ ମିଳିବା ପରେ ହେବ ଘାଇ ମରାମତି।

 

୨-ନିବେଶକ ସମ୍ମିଳନୀ: ଆଜିଠୁ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ରୋଡ୍‌ ଶୋ’ ହେବ।

 

୩-ରାଜ୍ୟବ୍ୟାପି କଲବଲ କରୁଛି ଆଧାର କାର୍ଡ ଅଡୁଆ, ଗାଁ ରୁ OCACକୁ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେଲେଣି ଆବେଦନକାରୀ।

 

୪-ଭୁବନେଶ୍ୱର:ପୁଣି ବଡ଼ ବର୍ଷା ଆଣିବ ଲଘୁଚାପ,୧୩ରୁ୧୬ ଅତି ପ୍ରବଳ ବର୍ଷା ସମ୍ଭାବନା।

 

୫-କେନ୍ଦୁଝର:ବନ୍ୟା ଉଦ୍ଧାର ବେଳେ ଶହୀଦ ହୋଇଥିଲେ ଅଗ୍ନିଶମ କର୍ମଚାରୀ,ଚନ୍ଦନ ପଟ୍ଟନାୟକ;ବଳିଦାନକୁ ସମ୍ମାନ ଜଣାଇଲେ ସରକାର,ପରିବାରକୁ ୧.୨୦ କୋଟି ସହାୟତା, ମିଳିଲା ସରକାରୀ ଚାକିରି।

 

୬-ବଲାଙ୍ଗୀର:୨୨.୧୯ ଲକ୍ଷ ଟଙ୍କା ଆତ୍ମସାତ କରି ଗିରଫ ହେଲେ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ମୌସମ ବେହେରା।

 

୭-ନବରଙ୍ଗପୁର, ସାନ୍ତେମରା ସରକାରୀ ଉଚ୍ଚ ବିଦ୍ୟାଳୟ:ହଷ୍ଟେଲ ଛାଡ଼ି ଘରମୁହାଁ ହେଲେ ଶହ ଶହ ଛାତ୍ରଛାତ୍ରୀ; ମୌଳିକ ସୁବିଧା ନ ମିଳିବାରୁ ବିକ୍ଷୋଭ, ୧୫ କିମି ଚାଲି ଚାଲି ଫେରିଲେ ଘରକୁ।

 

୮-କେନ୍ଦ୍ରାପଡ଼ା:ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସିଂହଦ୍ୱାରରେ ଲାଗିଲା ପିତଳ ଛାଉଣୀ ଯାଉଁଳି କବାଟ।

 

୯-ରାୟଗଡ଼ା ଏସଏସଡି ହଷ୍ଟେଲ:ଛାତ୍ର ଆକ୍ରମଣ ଘଟଣାରେ ୭ ଛାତ୍ର ବହିଷ୍କାର, ୨୭ ଜଣଙ୍କୁ ହୋଇଥିଲା ଭୟଙ୍କର ରାଗିଂ।

 

୧୦-ରାଜନଗର:ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ; ନିଖୋଜ ଯୁବକ ଉଦ୍ଧାର।

 

୧୧-ସିଏମଓରୁ ଫାଇଲ ହଜିବା ଘଟଣା, ତଥ୍ୟ ନ ମିଳିବାରୁ ପୁଣି ନୋଟିସ୍ ଦେଇପାରେ କ୍ରାଇମବ୍ରାଞ୍ଚ।

 

୧୨-ଚାନ୍ଦିପୁରରୁ ଅଗ୍ନି-୪ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷା, ରେଞ୍ଜ ୩ ହଜାର ୫୦୦ରୁ ୪ ହଜାର କିଲୋମିଟର।

 

୧୩-ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର କାର୍ଯ୍ୟ:୫୫.୬୯ ଲକ୍ଷ ଠକେଇ, ୨ଯନ୍ତ୍ରୀ, ଜଣେ ଠିକାଦାର ଗିରଫ।

 

୧୪-ଅନାବଶ୍ୟକ ମେଡିକାଲ ଟେଷ୍ଟ ପଛରେ ରହିଛି ଡାକ୍ତର -ଡାୟାଗ୍ନୋଷ୍ଟିକ୍ ଲ୍ୟାବ ମଧ୍ୟରେ କମିଶନ ଖେଳ? ରାଜ୍ୟସଭାରେ ରାଘବ ଚଢ଼ା ଆଣିଲେ ଅଭିଯୋଗ।

 

୧୫-ମେଟା ଓ ଏକ୍ସକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ ; ଗଡ଼କରୀଙ୍କ ସମ୍ବନ୍ଧିତ ଅପମାନଜନକ ବିଷୟବସ୍ତୁ ହଟାଅ।

 

୧୬-ଫତୱା ଆଧାରରେ ମିଳିପାରିବ ନାହିଁ ଛାଡ଼ପତ୍ର ଡିଗ୍ରୀ, ମୁସଲିମ୍ ସ୍ୱାମୀମାନଙ୍କୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ।

 

୧୭-ଆସାମରେ ପ୍ରଳୟଙ୍କରୀ ବନ୍ୟା ; ଶିବସାଗର ଜିଲାରେ ସର୍ବାଧିକ ୪୮ ମୃତ।

 

୧୮-ନୂଆ ଦିଲ୍ଲୀ: ଆଞ୍ଚଳିକ ଦଳ ପାଇଛନ୍ତି ୧୦୫୦ କୋଟି ଚାନ୍ଦା,ଶୀର୍ଷରେ DMK ।

 

୧୯-କକରୋଚ୍ ଜନତା ପାର୍ଟିର ପ୍ରଥମ ଜାତୀୟ ଟିମ୍ ଘୋଷଣା, ଅଭିଜିତ୍ ଦିପକେ ଜାତୀୟ ସଂଯୋଜକ।

 

୨୦-ଝାଡଖଣ୍ଡ ପ୍ରଶ୍ନପତ୍ର ଲିକ୍ ମାମଲା, କଠୋର ହେଲେ ହେମନ୍ତ ସରକାର, ଛାତ୍ରମାନଙ୍କ ସହ କଲେ ଆଲୋଚନା, କଠୋର ଦଣ୍ଡ ଦେବାକୁ ପ୍ରତିଶ୍ରୁତି।

 

୨୧-ଜେନ୍-ଜିଙ୍କ ଉପରେ ମୁଁ ଆଖିବୁଜି ବିଶ୍ୱାସ କରିପାରେ, ଛାତ୍ର ପ୍ରତିବାଦ କଲେ ଦେଶଦ୍ରୋହୀ ହୋଇଯାଏ ନାହିଁ: ମୋହନ ଭାଗବତ

 

୨୨-ଦୁନିଆର ସବୁଠାରୁ ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା ହେଉଛି ୟୁରୋପର MI6, ନୂଆ ରିପୋର୍ଟରେ ହେଲା ଖୁଲାସା।

 

୨୩-Googleକୁ ଲାଗିଲା ସବୁଠାରୁ ବଡ଼ ଝଟକା ! କମ୍ପାନି ଛାଡ଼ିଦେଲେ AI ତିଆରି କରୁଥିବା ୪ ବଡ଼ ଇଞ୍ଜିନିୟର, ଖସିଲା ସେୟାର।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏