ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସକ ମାନଙ୍କ ସମୂହ ଛୁଟି ଚତୁର୍ଥ ଦିନରେ ,ମାନ୍ୟବର ବିଧାୟକ ଗୁଣୁପୁର ଙ୍କୁ ଦାବିପତ୍ର ପ୍ରଦାନ…
ରାୟଗଡ଼ା ,ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ସମ୍ପୁର୍ଣ୍ଣ ରୂପାନ୍ତରିକରଣ,ପ୍ରାଣୀ ଚିକିତ୍ସକ ମାନଙ୍କର କ୍ୟାଡ଼ର ପୁନର୍ଗଠନ,ନିଶୁଳ୍କ ପ୍ରାଣୀ ଚିକିତ୍ସା ସେବା ଓ କେନ୍ଦ୍ରୀୟ ହାରରେ ପ୍ରାଣୀ ଚିକିତ୍ସକ ମାନଙ୍କୁ ଡି.ଏ. ସି. ପି. ଓ ଏନ.ପି. ଏ .ପ୍ରଦାନ ଦାବି ଗୁଡ଼ିକୁ ନେଇ ଗତ ତା ୧୮/୧/୨୦୨୪ ରିଖ ଠାରୁ ରାୟଗଡ଼ା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରାଣୀ ଚିକିତ୍ସକ ସେବା ସଂଘ ର ସାଧାରଣ ସମ୍ପାଦକ ଡାକ୍ତର ନରେଶ ଚନ୍ଦ୍ର ଜେନା,ଜିଲ୍ଲା ସଂଯୋଜକ ଡାକ୍ତର ଅଭିଳାଷ ରାଉତରାୟ,ଜିଲ୍ଲା ମହିଳା ପ୍ରାଣୀ ଚିକିତ୍ସକ ଉଇଙ୍ଗ ର ଯୁଗ୍ମ ସମ୍ପାଦିକା ଡାକ୍ତର ସ୍ଵାତୀ ଚୌଧୁରୀ,କୋଷାଧ୍ୟକ୍ଷ ଡାକ୍ତର ପାର୍ଥସାରଥୀ ସ୍ୱାଇଁ ଙ୍କ ସମେତ ୩୨ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟି ରେ ଅଛନ୍ତି। ତେଣୁ ଜିଲ୍ଲା ରେ ଥିବା ୧୬ ଗୋଟି ପ୍ରାଣୀ ଚିକିତ୍ସାଳୟ ରେ ପ୍ରାଣୀ ଚିକିତ୍ସା ସେବା ରେ ବ୍ୟାଘାତ ସ୍ତୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ମାନ୍ୟବର ବିଧାୟକ ଗୁଣୁପୁର ଙ୍କ ମାଧ୍ୟମରେ ପ୍ରେରଣ କରାଯାଇଛି ବୋଲି ଜିଲ୍ଲା ସଂଘ ର ପ୍ରତିନିଧି ଡାକ୍ତର କୃଷ୍ନାନଦ ବେହେରା ଜଣାଇଛନ୍ତି। ମାନ୍ୟବର ବିଧାୟକ ଗୁଣୁପୁର ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଗୁଣୁପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ,ଗୁଣୁପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଧେଶ୍ୟାମ ଦାଶ,ଅତିରିକ୍ତ ପ୍ରାଣୀ ଚିକିତ୍ସକ ,ଗୁଣୁପୁର ଡାକ୍ତର ବିଷ୍ଣୁ ଚରଣ ଶବର, ଗୁଣୁପୁର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡାକ୍ତର ସିଦ୍ଧାର୍ଥ ଶଙ୍କର ସାବତ ଓ ଢେପାଗୁଡ଼ା ପ୍ରାଣୀ ଚିକିତ୍ସକ ଡାକ୍ତର ସଂଗ୍ରାମ କେଶରୀ ବେଉରିଆ ଉପସ୍ଥିତ ଥିଲେ।ସରକାର ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଗୋ ପାଳକ,ଗୋ ପ୍ରେମୀ,ବୁଦ୍ଧିଜିବୀ ତଥା ସାଧାରଣ ଲୋକଙ୍କ ମହଲରେ ଦାବି ହେଉଛି।
ରିପୋର୍ଟ ସଞ୍ଜିବ କୁମାର ଦାଶ