ଅଯୋଧ୍ୟା ଠାରେ ରାଲ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ମୋହନା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ….
ଗଜପତି ଜିଲ୍ଲା ମୋହନା ବ୍ଲକ ଅଂଚଳରେ ଭାବାବେଗ ପୂର୍ଣ୍ଣ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅଞ୍ଚଳର ସମସ୍ତ ଗ୍ରାମରେ ରାମ ନାମ ଜପ ସହ ସଙ୍କୀର୍ତ୍ତନ ମଣ୍ଡଳୀର ନାମ ପ୍ରକମ୍ପିତ ହେଉଥିବା ଶୁଣିବାକୁ ମିଳୁଛି। ସେହିପରି ମୋହନା ହନୁମାନ ମନ୍ଦିର ପରିସରରେ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ରାମ ନାମ ଜପ କରି ସଙ୍କୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରିଥିବା ଜଣାପଡିଛି। ଅନେକ ଭକ୍ତ ରାମ, ଲକ୍ଷ୍ମଣ,ସୀତା ଓ ହନୁମାନଙ୍କ ବେଷରେ ସଜେଇ ହୋଇ ସହର ପରିକ୍ରମା କରିବା ଦେଖିବାକୁ ମିଳିଛି। ଏହା ସହ ସ୍ଥାନୀୟ ସ୍ରଦ୍ଧାଳୁ ହଜାର ହଜାର ଭକ୍ତଙ୍କ ପାଇଁ ଅନ୍ନ ଯଜ୍ଞ, ନାମ ଯଜ୍ଞ ସହ ଘୃତ ଯଜ୍ଞ ର ଆୟୋଜନ କରିଥିବା ସହ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେଉଥିବା ରାମ ଲାଲା ଙ୍କ ଉତ୍ସବ କୁ ଆନନ୍ଦର ସହ ପାଳନ ହୋଇଛି। ଏହି ଉତ୍ସବ କୁ ହନୁମାନ ମନ୍ଦିର ପରିଚାଳନା ସମିତି, ଗ୍ରାମ ବାସୀ, ଯୁବକ ସଂଘ ସମେତ ଅଞ୍ଚଳ ବାସୀ ପରିଚାଳନା କରିଥିବା ପ୍ରକାଶ।