March 11, 2026

ଦନ୍ତପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ନିମିତ୍ତ ପ୍ରସ୍ତୁତି ବୈଠକ

IMG-20251121-WA0018
Share

 

 

ଗଞ୍ଜାମ, ପ୍ରଦୀପ କୁମାର ପଣ୍ଡା

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳ କୃଷ୍ଣ ହାଇସ୍କୁଲ ଠାରେ ଦନ୍ତ ପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ସକାଶେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଛତ୍ରପୁର ପୂର୍ବତନ ବିଧାୟକ ଶ୍ରୀ ଅଶୋକ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମଂଚର ଆବାହକ ଶିକ୍ଷାବିତ୍ ଶ୍ରୀ ବିଜୟ କୁମାର ବିଶ୍ଵାଳ ସ୍ଵାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ ଏହି ମଞ୍ଚ ଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଅବଗତ କରାଇଥିଲେ ।ପରେ ଦନ୍ତପୁର (ପାଲୁର) ବନ୍ଦର ଉପରେ ଗବେଷଣା କରିଥିବା ଅଶୋକ କୁମାର ସାହୁ ଏହାର ଅତୀତ ଐତିହ୍ୟ ସଂସ୍କୃତି ଓ କିମ୍ବଦନ୍ତୀ ଉପରେ ସମ୍ୟକ୍ସୂଚନା ଆଲୋକପାତ କରିଥିଲେ ।

 

ଏହା ପରେ ପରେ ଉକ୍ତ ବୈଠକ ରେ ଯୋଗ ଦେଇଥିବା ଛତ୍ରପୁର ମହା ବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ତ୍ରିପାଠୀ, ହୁମ୍ମା ସଲ୍ଟ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ, ସୁବଳୟା ଗୋପାଳ କୃଷ୍ଣ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ଡ.ସି ଏଚ ସୁଧାକର, ସ୍ଵେଚ୍ଛାସେବୀ ସଂସ୍ଥା ଅରୁଣା ର ନିର୍ଦ୍ଦେଶକ ଲୋକନାଥ ମିଶ୍ର, ଅବସରପ୍ରାପ୍ତ ରେଳବାଇ ଉପ ଆରକ୍ଷୀ ଅଧିକ୍ଷକ ସୁରେଶ ନାୟକ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ପାହାନ,ପୂର୍ବତନ ରାମଗଡ଼ ସରପଞ୍ଚ ଶ୍ରୀ ଜୟ ସେନ ପ୍ରଧାନ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ନାହାକ, ଯୋଗେଶ ସାହୁ, ଆର୍ ଯୋଗେଶ ପ୍ରଧାନ,ଅଧ୍ୟାପିକା ଜ୍ୟୋସ୍ନା ପ୍ରଧାନ, ଅଧ୍ୟାପିକା ପ୍ରିୟଙ୍କା ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକବାଳ କୃଷ୍ଣ ମହାରଣା, ଦୁର୍ଯ୍ୟୋଧନ ନାହାକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀ ଗୋଲକ ଚନ୍ଦ୍ର ପଲେଇ,ଅବସରପ୍ରାପ୍ତ ଶିକ୍ଷାବିତ୍ ବାନମ୍ବର୍ ପଲେଇ,ରାମଗଡ଼ ସରପଞ୍ଚ ପ୍ରତିନିଧି ବିକ୍ରମ ଦାସ,ସାହିତ୍ୟିକ ପଞ୍ଚାନନ ଖଟୁଆ,ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ,

ଶିକ୍ଷକ ଶ୍ରୀ ସୁରେନ୍ଦ୍ର ବେହେରା,ଶିକ୍ଷକ ଶ୍ରୀ ବିପ୍ର ଚରଣ ସାହୁ, ପୂର୍ବତନ ସରପଂଚ ଦିଲ୍ଲୀପ ଛୋଟରାୟ,ଅବସର ପ୍ରାପ୍ତ ଅଧ୍ୟାପକ ରୋହିତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଏହାକୁ ଏକ ଗଣ ଆନ୍ଦୋଳନ ରୂପ ଦେବାପାଇଁ ଆଲୋଚନା କରିଥିଲେ । ଏହି ବୈଠକକୁ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା, ସଞ୍ଜୟ କୁମାର ସାହୁ, ଗୋଲକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

 

ଆଗାମୀ ବୈଠକରେ ଏକ କାର୍ଯ୍ୟକାରୀ କମିଟି ଗଠନ ନିମନ୍ତେ ସାମୁହିକ ମତ ପ୍ରକାଶ ପାଇଥିଲା ।ପ୍ରସ୍ତାବିତ ଉକ୍ତ ଭବ୍ୟ ବୈଠକ ସମୁଦ୍ର ଉପକୂଳ ବର୍ତ୍ତି ଅଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏହି ବୈଠକ କୁ ମାନ୍ୟବର ଖଣି,ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଆମନ୍ତ୍ରିତ କରି ଆଣିବା ପାଇଁ ଶ୍ରୀ ସୁଦର୍ଶନ ଛୋଟରାୟ ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା ।ପରିଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ।