April 27, 2026

ଗୁମ୍ମା ବ୍ଲକ ରେ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

IMG-20251121-WA0011
Share

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ଓ ଗାଇବା ଗ୍ରାମରେ ଲୋକପ୍ରିୟ ଓଲିଉଡ଼ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୁମ୍ମା ଖ୍ରୀଷ୍ଟିଆନ ସାହି ଚର୍ଚ୍ଚ ଛକ ଠାରେ ଗୁମ୍ମା ଯୁବକ ମାନଙ୍କ ପକ୍ଷରୁ ସଲମାନ୍ ପାଲ୍ ଓ ପଣ୍ଟିଂ ପରିଛା ଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେହି ପରି ଗାଇବା ଗ୍ରାମରେ ମଧ୍ୟ ଯୁବକ ମାନୁଆଲ ମାଛ, ପ୍ରବୀଣ ଲିମା,ଲୁଲୁ,ଟୁଲୁ ଲିମା, ଆସା ଚାନ୍ଦ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ହ୍ୟୁମାନ ସାଗର ଓଲିଉଡ଼ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିବା ସହ ଶତାଧିକ ଖ୍ରୀଷ୍ଟିଆନ୍ ଭଜନ ମଧ୍ୟ ଗାଇଛନ୍ତି। ଏହିପରି ବ୍ଲକ୍ ର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହ୍ୟୁମାନ ସାଗର ଙ୍କୁ ଯୁବକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡିଛି। ହ୍ୟୁମାନ ସାଗର ଓଡ଼ିଆ ଗୀତ ପ୍ରାୟ 10 ହଜାର ରୁ ଊର୍ଦ୍ଧ, ବେଙ୍ଗଲି, 200 ରୁ ଉର୍ଦ୍ଧ ହିନ୍ଦୀ ଗୀତ ଗାଇଛନ୍ତି , ସେ ଷ୍ଟେଜସୋ ଭାରତ ଓ ଭାରତ ବାହାରେ ଗୀତ ଗାଇ ସାରା ବିଶ୍ବରେ ପରିଚିତ ଚେହେରା ହୋଇଥିଲେ