ବାରଣାସୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ବୈଠକ
କାଶୀନଗର
ତା 21/11/24
ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ୭୦ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପୁରାତନ ଛାତ୍ରଛାତ୍ରୀ ସଂସଦର ଆଞ୍ଚଳିକ ପ୍ରତିନିଧିଗଣଙ୍କ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରଧାନ ଶିକ୍ଷକ ଭାଗୀରଥି ବେହେରାଙ୍କ ଆବାହନୀ ଏବଂ ୧୯୯୦ -୯୧ ଵ୍ୟାଚର ଆର. ମଧୁ କୁମାରଙ୍କ ସହ ୧୯୯୪-୯୫ ଵ୍ୟାଚର ଟି. ଶଙ୍କର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ୧୯୫୬-୫୭ ବ୍ୟାଚର ପୁରାତନ ଛାତ୍ର କେ. ରାମାରାଓ, ୧୯୮୬-୮୭ ବ୍ୟାଚର ଏମ. ସୁଧାରାଣୀ, ୧୯୮୦-୮୧ ବ୍ୟାଚର ବିଶ୍ୱଜିତ୍ ନାୟକଙ୍କ ଉପସ୍ଥିତିରେ ବାର୍ଷିକ ଉତ୍ସବ କେମିତି ଆଡମ୍ବର ସହକାରେ ଆୟୋଜିତ ହେବ ଆଲୋଚନା ହେଲା ।
ଅଭ୍ୟର୍ଥନା ଓ ସମ୍ବର୍ଦ୍ଧନା ଦାୟିତ୍ଵ ପୁରାତନ ଛାତ୍ର ଗ୍ରହଣ କରିଥିବା ବେଳେ ଅଭ୍ୟର୍ଥନା କମିଟିର ମୁଖ୍ୟ ପ୍ରତିନିଧି ହିସାବରେ କେ. ରାମାରାଓଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା । ଯେଉଁ ଭୂମି ଉପରେ ବିଦ୍ୟାଳୟ ସ୍ଥାପିତ ସେହି ଭୂମିକୁ ଦାନ କରିଥିବା ଦାନବୀର ସ୍ବର୍ଗତ ଦାଶରୀ ଆପା ରାଓ ନାଇଡୁଙ୍କ ସ୍ମୃତିରେ ‘ସ୍ମୃତିସମ୍ମାନ’ ପ୍ରଦାନ କରାଯିବାକୁ ନିର୍ଣ୍ଣୟ ନିଆଗଲା ।
ତାହା ସହ କିଛି ପୁରାତନ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକଙ୍କୁ ସମ୍ମାନୀତ କରିବାର ସହମତି ହେଲା ।
ବିଦ୍ୟାଳୟ ବାର୍ଷିକ ଉତ୍ସବ ଏବଂ ପ୍ରସ୍ତୁତ ହୋଇଥିବା ବିଦ୍ୟାଳୟ ମୁଖପତ୍ର ‘ପଙ୍କଜ’ ଉନ୍ମୋଚନ ନିମନ୍ତେ ବାରଣାସୀ ଉତ୍ସବ ପର ଦିନ ଅର୍ଥାତ୍ ୧୨ ଡିସେମ୍ବର ବୋଲି ନିର୍ଣ୍ଣୟ ନିଆଗଲା । ତାହା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଯୋଡ଼ିବାକୁ ୱାଟସ୍ ଅପ୍ ଗ୍ରୁପ ଗଠନ କରାଯିବା ପାଇଁ ଆର ମଧୁ କୁମାରଙ୍କୁ ଦାୟିତ୍ଵ ଦିଆଗଲା ।
ଏହି ବୈଠକରେ ପୁରାତନ ଛାତ୍ରଛାତ୍ରୀ ଯଥା ଶ୍ରୀନିବାସ ରାଓ, ଏସ ରାମାରାଓ, ଏସ ଅନିଲ କୁମାର, ଶର୍ମିଲା ଲେଙ୍କା, ଏନ ମଧୁ, ହରେକୃଷ୍ ମହାପାତ୍ର, ଏମ ନିଲା ରାଣୀ, ୱାଇ ଦ୍ରାକ୍ଷା, ଗୌରୀ ଦୋରା , ଭି ଧନଲକ୍ଷ୍ମୀ ଆଦି ନିଜର ମତବ୍ୟକ୍ତ କରିଥିଲା ବେଳେ ବିଦ୍ୟାଳୟ ତରଫରୁ ଭି କୁରୁମାନାଦମ, ଅଶୋକ କୁମାର ଗୌଡ଼, ଭୁବନେଶ୍ୱର ବେହେରା ଆଦି ସହଯୋଗ ଦେଇଥିଲେ ।