July 6, 2024

ଯୁବ ଓଡ଼ିଶା ନବୀନ ର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଯୁବ ଓଡ଼ିଶା ନବୀନ ର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଭା ର ବିକାଶ ପାଇଁ ବିଭିନ୍ନ କ୍ଳାସିକାଲ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଆଞ୍ଚଳିକ ଲୋକନୃତ୍ୟ ପରିବେଷଣ ରେ ମଞ୍ଚ ପ୍ରକମ୍ପିତ ହୋଇ ଉଠିଥିଲା । ପାରମ୍ପରିକ ବେଶ ପୋଷାକ ସହ ଅଧିକାଂଶ ଛାତ୍ରଛାତ୍ରୀ ଢେମସା , ରସରକେଲି , ଧାଙ୍ଗଡିନାଚ ଇତ୍ୟାଦି ପରିବେଷଣ କରିଥିଲେ। କଲେଜ ର ସମସ୍ତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ସାମଗ୍ରିକ କାର୍ଯ୍ୟକ୍ରମ ମଧ୍ୟରେ ପ୍ରାୟତଃ ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଇବର ଅପରାଧ ରୋକିବା ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୈରପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାସ , କାଉନସିଲର ଭିକି ନାୟକ , ନରେନ୍ଦ୍ର ନାୟକ, ବିଧାୟକ ପ୍ରତିନିଧି ଅରୁଣ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପାଠପଢା ସହ ସାଂସ୍କୃତିକ ଦକ୍ଷତା ପ୍ରତିପାଦନ କରିବା ପାଇଁ କହିଥିଲେ । ନୋଡାଲ ଅଫିସର ଡ଼ଃ ରବିନ୍ଦ୍ର ମିଶ୍ର ଓ ଯୁକ୍ତ ଦୁଇ ର ନୋଡାଲ ଅଫିସର ଡ଼ଃ ଶେଷାନନ୍ଦ ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବେଳେ ପ୍ରଧ୍ୟାପକ ଦିବାକର ପଟ୍ଟନାୟକ ଓ ସମିର ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅଧ୍ୟକ୍ଷ ଡ଼ଃ ଅନିଲ କୁମାର ମିଶ୍ର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭୁୟସି ପ୍ରଶଂସା କରିଥିଲେ । ପ୍ରଦୋଷ ପଟ୍ଟନାୟକ, ଧର୍ମେନ୍ଦ୍ର, ସୁରଭିଦାସ , ରିତୁଦୋରା , ଆଡୁ କିସାନି ଓ ଅଶୋକ କୁଜୁର ପ୍ରମୁଖ ଉପସ୍ଥିତ ରହିଥିଲେ।।

You may have missed