ଗୋବର୍ଦ୍ଧନ ପ୍ରାଥମିକ ବିଦ୍ୟାଳୟର ଏମ୍ ଡି ଏମ୍ ଚାଉଳ ହେରଫେର

IMG-20231121-WA0037
Share

ଗୋବର୍ଦ୍ଧନ ପ୍ରାଥମିକ ବିଦ୍ୟାଳୟର ଏମ୍ ଡି ଏମ୍ ଚାଉଳ ହେରଫେର ଗ୍ରାମ ବାସୀ ଙ୍କ ତରଫରୁ ବିଇଓଙ୍କୁ କଲେ ଅଭିଯୋଗ କାର୍ଯ୍ୟନୁଷ୍ଠାନ ଶୁନ

ମୁନିଗୁଡ଼ା ନ୍ୟିୟୁଜ୍ : 21,11,2023 ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମହକୁମା ର ଗୋବର୍ଦ୍ଧନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାଉଳ ବିକ୍ରୀ କରିଥିବା ନେଇ ଗ୍ରାମ ବାସୀ ଓ ସ୍କୁଲ କମିଟି ସଦସ୍ୟ ମିଶି ଏକ ସଭା କରି 18,10,2023 ତାରିଖରେ ବିଓ ଅଫିସ କୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ହାତୀ ଏମ୍ ଡି ଏମ୍ ଚାଉଳ 5 ବସ୍ତା ବିକ୍ରୀ କରିଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେପୁର୍ବତନ ସ୍କୁଲ କମିଟି ସଭାପତି ଓ ଗ୍ରାମ ବାସୀଙ୍କ ତରଫରୁ ମୁନିଗୁଡ଼ା ବିଓ ଙ୍କୁ ଏକ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି। କିନ୍ତୁ ଗତ 4,11,2023 ତାରିଖରେ ବିଓ ତଦନ୍ତ କରିବା ପାଇଁ ତିନିଜଣ ଏବିଓ ଙ୍କୁ ନିର୍ଦେଶ ଦେଇଥିଲେ । ଗ୍ରାମବାସୀ ଓ ସ୍କୁଲ କମିଟି କୁ ତଦନ୍ତ କରି ଘଟଣା ଟି ସତ୍ୟ ବୋଲି ଜାଣିବା ପରେ ତଦନ୍ତକାରୀ ଅଫିସରମାନେ ମୁନିଗୁଡ଼ା ବିଓ ଙ୍କୁ ଶୂଚନା ଦେଇଥିଲେ ।ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅଞ୍ଜନା ହାତୀ ପାଞ୍ଚବସ୍ତା ଏମ୍ ଡି ଏମ୍ ଚାଉଳ ହେରଫେର କରିଥିବା ଘଟଣାକୁ ନେଇ । ।ଏବିଓ ସୁବାସ ସିଂହ, ପ୍ରସନ୍ନ କୁମାର ପାତ୍ର,ସହଦେବ ଚିଚୁଆନ । ଏହି ତିନିଜଣ ଗ୍ରାମକୁ ଯାଇ ତଦନ୍ତ କଲେ ଘଟଣା ଟି ସତବୋଲି ଯୋଣା ପଡିବାରୁ ଚାଉଳ 5 ବସ୍ତା ବିକ୍ରୀ କରିଥିବା ସତ୍ୟ ବୋଲି ବିଓ ସାର ଙ୍କୁ ଆସି ଜଣାଇଲେ । ଚାଉଳ ବିକ୍ରୀ ଘଟଣା କୁନେଇ ଗୋବର୍ଦ୍ଧନ ଗ୍ରାମ ବାସୀ ଓ ସ୍କୁଲ କମିଟି ଆସି ବିଓ ଙ୍କୁ ପଚାରିବାରୁ ମୁ ସମ୍ପ୍ରକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଖି ଠାଉରିୟା ଭାବେ ଗ୍ରାମବାସୀ ଙ୍କୁ ବୁଝା ସୁଝାକରି ପଠାଇ ଦେଇଥିଲେ । କିନ୍ତୁ ପରିତାପର ବିଷୟ ଏହିକିଯେ ପ୍ରଧାନ ଶିକ୍ଷୟତ୍ରୀ ବିକ୍ରୀ କରିଥିବା ଚାଉଳ, ସ୍କୁଲ କମିଟି କୁ ନ ଜଣାଇ ବିନା ଅନୁମତିରେ ସ୍କୁଲ ପାସ୍ ବୁକ୍ ରୁ ମଧ୍ୟ ଟଙ୍କା ଉଠାଇ ନେଇଥିବା ଏବଂ ସ୍କୁଲ ଗୃହରେ ଥିବା ଝରକା କାଡି ନେଇଯାଇଥିବା ନେଇ, ସ୍କୁଲର ଚୌକି ଭାଙ୍ଗି ଦେଇଥିବା ଏହି ଭଳି ବାରୁମ୍ ବାର୍ ଭୁଲ୍ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଥିବାରୁ ଗଣମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଖବର ନେବାରେ ଜଣାଜାଉଛିକି,ଏହି ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କ ଦନ୍ତ କରୁଥିବା ଅଫିସର୍ ପ୍ରଶ୍ନ କୁମାର ପାତ୍ର ଙ୍କ ନାମରେ ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶ ମନୋଭାବ ହୋଇ ନିଜସ୍ବ ଦୋଷ କୁ ଲୁଚାଇ ବା ନିମନ୍ତେ ମୁନିଗୁଡ଼ା ଥାନା ରେ ଏତଲା ମଧ୍ୟ ଦିଆଯାଇଥିଲା ତାହାକୁ ମଧ୍ୟରେ ଶେଷରେ ଉଭୟ, କିଭଳି ମଧୁଚନ୍ଦ୍ରୀକା‌ ରେ ବିଓ ଜରିଆରେ ସମାଧାନ କରା ଯାଇଥିବା ଗ୍ରାମ ବାସୀ ଙ୍କ ତରଫରୁ ଫୁସୁରୁ ଟୁପୁରୁ ହେଉଥିବା ଜଣା ପଡ଼ିଛି।ଏହି ବିଷୟକୁ ନେଇ ବିଓ ଙ୍କୁ ମତାମତ ପଚାରିବାର ଗଣମାଧ୍ୟମ ଆଗରେ କହିବାକୁ ମନାକରିଥିଲେ । ପରିତାପର ବିଷୟ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ପିଲାଙ୍କ ଏମ୍ ଡି ଏମ୍ ଚାଉଳସ୍କୁଲର ଚୌକି, ଝରକା, ପିଲା ମାନଙ୍କୁ ଏମ୍ ଡି ଏମ୍ ଚାଉଳ ଡାଲି ରାନ୍ଧୁ ଥିବା ହାଣ୍ଡି ଡେକଚି ରୁସେଇ ଘରୁ ବାହାରେ ନେଇ
ଫିଙ୍ଗିବା ସେହି ଭଳି ଶିକ୍ଷୟତ୍ରୀ ଙ୍କର ବିରୋଧରେ ଦୃଷ୍ଟାନ୍ତ କାର୍ଯୟାନୁଷ୍ଠାନ ଗ୍ରହଣ ନ କରି ବିଇଓ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ସଲା ସୂତରା ହୋଇ ରହସ୍ୟ ଅନ୍ୟତ୍ର ସ୍କୁଲ କୁ ବୋଦଳି କରଯାଇଛି ବୋଲି ଗ୍ରାମ ବାସୀ ଓ ପୂର୍ବତନ ସ୍କୁଲ କମିଟି ସଭାପତି ପୁର୍ଣ୍ଣଚନ୍ଦ୍ର ମୁଣିଆକା ଓ ବାଡ଼ିଗା ସୁରୀ, ପ୍ରମୁଖ ଅଭିଯୋଗ କରିଛନ୍ତି ।

You may have missed