August 27, 2026

ରାମନାଗୁଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

WhatsApp Image 2023-11-21 at 16.23.15
Share

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ସ୍ବଧାଦେବ ସିଂ ଅନୁପସ୍ଥିତ କାରଣରୁ ଏଡିଏମ୍ ରାମେଶ୍ବର ପ୍ରଧାନ ଶୁଣାଣି କରି ଥିଲେ। ଏଥିରେ ଅତିରିକ୍ତ ପିଡି ନରେନ୍ଦ୍ର କୁମାର ନାୟକ, ଉପଜିଲ୍ଲାପାଳ ଲଳିତ ମୋହନ କଁହର, ପ୍ରକଳ୍ପ ପ୍ରଶାସିକା ଗୁଣୁପୁର ଶାନ୍ତିପ୍ରଭା ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସିଡିପିଓ ଶାନ୍ତି ଲତା ରଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ , ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ଥାନା ଅଧିକାରୀ ସୁନିତା ବେହେରା, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ବିପିଏମ ଯସ୍ମୀନ ମୁଟିକା, ରାମନାଗୁଡା ବନଖଣ୍ଡ ଅଧିକାରୀ ଶବର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର,ପ୍ରାଣିଧନ ଚିକିତ୍ସା ଅଧିକାରୀ କୃଷ୍ଣ ନନ୍ଦ ବେହେରା, ସମେତ ଜିଲ୍ଲା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ଏଥିରେ ମୋଟ ୪୬ଟି ଅଭିଯୋଗ ପଞ୍ଜିକରଣ କରାଯାଇଥିଲା ସେଥି ମଧ୍ୟରୁ ୩୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୦ ଗୋଟି ସାମୁହିକ ଭାବେ ଅଭିଯୋଗ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ଅନୁପସ୍ଥିତ କାରଣରୁ ସମସ୍ତ ଅଭିଯୋଗକୁ ଶୁଣାଣି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

You may have missed