June 19, 2026

କରପଡା ପଞ୍ଚାୟତ ର ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20250921-WA0025
Share

 

ଛତ୍ରପୁର ତା୨୧/୦୯/୨୦୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ବ୍ଲକ ଅଧିନସ୍ଥ କରପଡା ପଞ୍ଚାୟତ ସରପଞ୍ଚ ଶ୍ରୀ ସଜୟ ଅଜୟ ନାୟକ ଙ୍କ ସଭାପତିତ୍ବ ରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାଁ ରାମଚଣ୍ଡୀ ପୀଠ ଏବଂ ନୀଳାଦ୍ରିପୁର ଗ୍ରାମ ଅଖାପାଖି ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମା’ ରାମଚଣ୍ଡୀ ପୂଜା କମିଟି ସଭାପତି ଶ୍ରୀ ଦୟାନନ୍ଦ ରେଡ୍ଡୀ, କୁଞ୍ଜ ବିହାରୀ ନାୟକ (କୋଷାଧକ୍ଷ), ଶଙ୍କର ନାୟକ, ସୁଧୀର ମହାରଣା, ବଂଶୀଧର ନାୟକ,କରପଡା ପଞ୍ଚାୟତ ନାୟବ ସରପଞ୍ଚ,MBK, CRP, ପ୍ରାଣୀ ମିତ୍ର ,କୃଷିମିତ୍ର,ଜୀ ଆର ଏସ, ନୀଳାଦ୍ରିପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କରପଡା ପଞ୍ଚାୟତ ର ଗ୍ରାମବାସୀ, ସ୍ବେଛାସେବୀ, ଯବାନ ସମସ୍ତେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ୩୦୧ ବୃକ୍ଷ ରୋପଣ କରାଯାଇଥିଲା ଶେଷରେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିବା ସମସ୍ତ କର୍ମଚାରୀ ଓ ସ୍ବେଛାସେବୀ ବନ୍ଧୁ ମାନଙ୍କୁ ସରପଞ୍ଚ ଶ୍ରୀ ଅଜୟ ନାୟକ ଧନ୍ୟବାଦ ଦେଇଥିଲେ l

You may have missed