ସୃଜନ ସାହିତ୍ୟସଂସ୍କୃତି ସଂସଦ ତରଫରୁ ମାସିକ କବିତା ଆସର
ଛତ୍ରପୁର ତା ୨୧/୯/୨୫(ଅରୁଣ କୁମାର ପଣ୍ଡା) ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ତରଫରୁ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୋମନାଥ ସାହୁ, ନିରଞ୍ଜନ ତ୍ରିପାଠୀ, ଶୈଳବାଳା ପାଣିଗ୍ରାହୀ, ରୀତା ରଥ,ଏ. ବିଶ୍ୱମ୍ବର, ଟଙ୍କଧର ଛାଟଇ , ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ବିଜୟ ରାଉଳ, ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l ପିତୃ ପକ୍ଷ, ମହାଳୟା ଓ ଫୁଲରୀ ଓଷା ବା ପୋଲରି ଓଷା ର ବିଶେଷତ୍ୱ ଏବଂ ଓଡ଼ିଆ ସଂସ୍କୃତିରେ ଏହାର ପ୍ରଭାବ ବିଷୟରେ ସଭାପତି ବିଶେଷ ଆଲୋକପାତ କରିଥିଲେ l କବୟିତ୍ରୀ ରୀତା ରଥ କବିତା ସଂଯୋଜନା କରିଥିଲେ ଏବଂ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l
