April 30, 2026
IMG-20250921-WA0014
Share

 

 

ଅନୁଗୁଳ(ଅଜିତ ଭୋଇ)ଗଛ ବେଶ ରେ ସଚେତନ କରୁଛନ୍ତି କିନ୍ନର ଚିନ୍ମୟୀ ଦାସ ଓ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ର ଅନ୍ତେବାସୀ ଏବଂ ସଚେତନ ନାଗରିକ। ଅନୁଗୋଳ ଜିଲ୍ଲା ନାଲକୋ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ହଜାର ହଜାର ଲୋକଙ୍କ ସମାଗମ ରହିଥିବା ବେଳେ ସମସ୍ତଙ୍କର ଦୃଷ୍ଟିଗୋଚର ହେଉଛି କିନ୍ନର ଚିନ୍ମୟୀ ଦାସ ଙ୍କ ଗଛ ବେଶ।ଛୋଟ ଛୋଟ ଗଛ ମାନେ ହାତରେ ପ୍ଲା କାର୍ଡ ଧରି ଲୋକଙ୍କୁ ଗଛ ଲଗେଇ ତାର ଯତ୍ନ ନେବାକୁ ପ୍ରବର୍ତ୍ତଉଛନ୍ତି।ଯୁବ ଗୋଷ୍ଠୀ ଆଗ୍ରହ ର ସହିତ ସେଲ୍ଫି ନେଉଛନ୍ତି। ଚିନ୍ମୟୀ ଦାସ ଜଣେ କିନ୍ନର ହୋଇପାରନ୍ତି କିନ୍ତୁ ସେ ସମସ୍ତ ଙ୍କ ପାଇଁ ପ୍ରେରଣା ର ଉତ୍ସ।ସେ ଓଡିଶା ନୁହେଁ ସାରା ଭାରତ ପାଇଁ ଗର୍ବ। ସୂଚନା ଯେ ଚିନ୍ମୟୀ ଖାଲି ଗଛ ପାଇଁ ସଚେତନ କରୁଛନ୍ତି ତାହା ନୁହେଁ ବରଂ କିନ୍ନର ହୋଇ ମଧ୍ୟ କୋଭିଡ ସମୟରେ ଅନେକ ମୃତ ଦେହକୁ ସତ୍କାର କରିଛନ୍ତି।ସେ ସେବା, ତ୍ୟାଗ,ମମତା,ମୃତ୍ତିମନ୍ତ ପ୍ରତୀକ ବୋଲି ସାଧାରଣରେ ଆଲୋଚନା ହୁଏ।କେତେ ବେଳେ ଖରା ଦିନେ ଚଢେଇକୁ ପାଣି ଦେବା ହେଉ ଅଥବା ସାପ କାମୁଡା ସଚେତନତା, ହାତୀ ସୁରକ୍ଷା ସଚେତନତା, ବନାଗ୍ନୀ,ବନ୍ୟଜନ୍ତୁ,ଜଳ ସଂରକ୍ଷଣ, ବୃକ୍ଷ ରୋପଣ ହେଉ ସବୁଥିରେ ଆଗଭର କିନ୍ନର ଚିନ୍ମୟୀ ଦାସ। ଆହୁରି ଚିନ୍ମୟୀ କହିଛନ୍ତି ଯେ ଏହି ପ୍ରୋଜେକ୍ଟ ଅନୁଗୋଳ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ପରିବେଶ ଓ ଜଳବାୟୁ ପରିବର୍ତନ ସମସ୍ୟା ର ସମାଧାନ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚେଇବେ।ପୂର୍ବରୁ ସେ ଓଡିଶା ସରକାର ଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ସହିତ ଚଳିତ ବର୍ଷ ତାଙ୍କ ଦ୍ୱାରା ପରିଚାଳିତ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପ୍ରକୃତି ମିତ୍ର ପୁରସ୍କାର ପାଇଛି।ଚିନ୍ମୟୀ ଙ୍କର ଏଭଳି ଜନହିତକର କାର୍ଯ୍ୟ ପାଇଁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି।