April 28, 2026

ଆଜି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅତିଥି ଭବନ ଠାରେ ଆସନ୍ତା ୨୭ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆମ

IMG-20250921-WA0005
Share

         ଆଜି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଅତିଥି ଭବନ ଠାରେ ଆସନ୍ତା ୨୭ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆମ ଗଞ୍ଜାମ ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ମାନ୍ୟବର ବାଣିଜ୍ୟ,ପରିବହନ ଓ ଖଣି,ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା,ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ,ମାନ୍ୟବର ଆଇନ,ପୂର୍ତ୍ତି ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ ସହ ଆମ ପ୍ରିୟ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଲେ |

 

ଏହି ଅବସରରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚ଼ରଣ ମଲ୍ଲିକ,ଗଞ୍ଜାମ ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକଗଣ,ଆମ ଦଳର ଗଞ୍ଜାମ ଜିଲ୍ଲା ସଭାପତିଗଣ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସୁଚାରରୂପେ ସଂପାଦନ କରିବା ନିମନ୍ତେ ବିସ୍ତୃତ ଆଲୋଚନା କଲେ | ଏହି କାର୍ଯ୍ୟକ୍ରମର ରୂପରେଖା,ସୁରକ୍ଷା ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା,ଟ୍ରାଫିକ ବ୍ୟବସ୍ଥା,ପରିବହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଛି |ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ