September 21, 2024

କୁଜଙ୍ଗ ବିଡ଼ିଓଙ୍କୁ ବଦଳି ଦାବୀ , ହସ୍ୟାସ୍ପଦ ଓ ଲଜ୍ଜ୍ୟା ଜନକ– ବିଜେପି

Share

ସସମ୍ବିତ ରାଉତରାୟଙ୍କ ସୁପାରିସ କ୍ରମେ ଶ୍ରୀ ଦୀପକ କୁମାର ସ୍ବାଇଁ କୁଜଙ୍ଗ ବିଡ଼ିଓ ଭାବେ ଯୋଗ ଦେଇଥିଲେ।ସରକାର ବଦଳିବା ପଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲା ତାଙ୍କ ସମୟର ଆମ ଓଡ଼ିଶା,ନବୀନ ଓଡ଼ିଶା,୫ଟି କାର୍ଯ୍ୟ,ମୋ ସ୍କୁଲ,ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଅନୁଦାନ,ଏମ.ଏଲ.ଏ.ଏମ.ପି.ଲାଡ ଓ ଅନ୍ୟାନ୍ୟ ଅନୁଦାନକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରି ବ୍ୟାପକ ଦୁର୍ନୀତି କରିଥିଲେ।ମାତ୍ର ସରକାର ବଦଳି ଯିବାରୁ ଏବଂ ରାଜ୍ୟରେ ବିଜେପି ସରକାର ଗଠନ ହେବାରୁ ଏହି ବ୍ଲକର ବାସିନ୍ଦା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ହେବା ପରେ ସମୀକରଣ ପୂର୍ଣ୍ଣ ମାତ୍ରାରେ ବଦଳି ଯାଇଛି।ବ୍ଲକରେ ହୋଇଥିବା ସମସ୍ତ ଦୁର୍ନୀତିର ତଦନ୍ତ ହେବା ସହିତ ନିରପେକ୍ଷତା ଓ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଧେଶ ଦେବା ପରେ ବିଜେଡ଼ି କର୍ମୀ ମାନେ ଚିହିଙ୍କି ଉଠିଥିଲେ।ବିଜେଡ଼ି ନେତା ଓ କର୍ମୀ ମାନେ ହତଉତ୍ସlହିତ ହୋଇ ବିଡ଼ିଓଙ୍କ ଉପରେ ଫଲ୍ସ ବିଲ୍ କରିବାକୁ ଚାପ ପ୍ରୟୋଗ କରିବା ସତ୍ତ୍ୱେ ସଫଳ ନ ହେବାରୁ ବିଜେଡ଼ିରେ ବିଧିବଦ୍ଧ ଭାବେ ଯୋଗ ଦେଇ ନ ଥିବା ବାପି ସର୍ଖେଲ କିଛି ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପୁରୀ ନେଇ ସେଠାରେ ଶପଥ ପାଠ କରାଇ ଭୋଜି ଭାତରେ ଆପ୍ୟାୟିତ କରି ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଜନ ପ୍ରତିନିଧି ମାନଙ୍କୁ ପ୍ରବତେଇବା ଦ୍ଵାରା ସେମାନେ ବାପି ସର୍ଖେଲଙ୍କ କଥାରେ ପ୍ରଭାବିତ ହୋଇ ଯୋଜନ ଵଦ୍ଧ ଭାବେ ଗତ ତା ୧୩.୦୯.୨୦୨୪ ରିଖ ଅପରାହ୍ନ ୦୪ ଘଟିକା ସମୟରେ କୁଜଙ୍ଗ ବ୍ଲକ୍ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କିଛି ବିଜେଡ଼ି ସମର୍ଥିତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଓ କିଛି ଭଡ଼ାଟିଆ ଗୁଣ୍ଡା କୁଜଙ୍ଗ ବିଡ଼ିଓଙ୍କୁ ବଳ ପୂର୍ବକ ସମ୍ମିଳନୀ କକ୍ଷକୁ ଉଠାଇ ନେଇ ତାଙ୍କୁ ଅଶାଳୀନ ବ୍ଯବହାର କରିବା ସହିତ ଫଲ୍ସ ବିଲ୍ କରିବାକୁ ଧମକ ଦେବା ଓ ମାଡ଼ ମାରିବାରୁ ଖବର ପାଇଁ କିଛି ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଘଟଣା ସ୍ଥଳରେ ପହଞ୍ଚି ବି.ଡି.ଓଙ୍କୁ ଉଦ୍ଧାର କରିଥିଲେ।ଫଳରେ ବିଜେଡ଼ି ଦଳର ଗୁଣ୍ଡା ମାନେ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଗାଳି ଗୁଲଜ କରିଥିଲେ।ଏ ସମ୍ପର୍କରେ କୁଜଙ୍ଗ ବିଡିଓ ସେମାନଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି।ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇ ନାହିଁ।ବିଡ଼ିଓଙ୍କୁ ବଦଳି ଦାବି ଆଳରେ ନିଜ ଦଳକୁ ବଞ୍ଚେଇବ ପାଇଁ କିଛି ବିଜେଡ଼ି ନେତା ଏବେ ଅଣ୍ଟା ଭିଡିଛନ୍ତି।ଅନ୍ୟ ପକ୍ଷରେ ଜଣେ କର୍ତ୍ତବ୍ୟ ରତ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଗାଳି ଗୁଲଜ କରି ମାଡ଼ ମାରିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲ୍ଲାପାଳ ଓ ଏସ.ପି.ଙ୍କୁ କୁଜଙ୍ଗ ସରପଞ୍ଚ ସଂଘ ତରଫରୁ ଦାବି ପ୍ରଦାନ କରାଯାଇଛି।ଯଦି ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ବିଜେପି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ନେତା ତଥା ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି।

(କୁଜଙ୍ଗ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ)