September 21, 2024

ମୃତ ଫୋରେଷ୍ଟର ସଞ୍ଜୟ ଙ୍କ ଘରକୁ ଯାଇ ପରିବାର ବର୍ଗ ଙ୍କୁ ଭେଟିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ 

Share

 

ରାୟଗଡା :ଚଳିତ ମାସ 18 ତାରିଖ ରେ ରାୟଗଡା ବନତତ୍ବ ବନଖଣ୍ଡ ଅଧୀନରେ ଥିବା କଳାହାଣ୍ଡି ଜ଼ିଲ୍ଲା ର ଜାରିଙ୍ଗ ହାଇଟେକ ନର୍ସରୀ ରିସର୍ଚ୍ଚସେଣ୍ଟର ରେ କାର୍ଯ୍ୟରତ ଫୋରେଷ୍ଟର ସଞ୍ଜୟ ନାୟକ ଭବାନୀପାଟଣା ସ୍ଥ ଫୋରେଷ୍ଟ କଲୋନୀ ର କ୍ଵାଟର ରୁ ସଞ୍ଜୟ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା l ଭବାନୀପାଟଣା ପୋଲିସ ପକ୍ଷରୁ ସଞ୍ଜୟ ଙ୍କ ପରିବାର କୁ ସଞ୍ଜୟ ଙ୍କ ମୃତ ନେଇ ଖବର ଦିଆଯାଇଥିଲା l ପରିବାର ବର୍ଗ ପହଂଚି ଶବ ଚି଼ହ୍ନଟ କରିବା ପରେ ଶବ ବ୍ୟବଛେଦ କରିଯାଇ ପରିବାର କୁ ଶବ ହସ୍ତାନ୍ତର କରିଥିଲେ ପୋଲିସ l ଏହି ଖବର ପ୍ରଚାର ହେବା ପରେ ସମଗ୍ର ରାୟଗଡା ଜ଼ିଲ୍ଲା ରେ ଶୋକ ର ଛାୟା ଖେଳି ଯାଇଥିଲା l ଇତି ମଧ୍ୟରେ ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା ସଂଜୟ ଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇବାସହିତ ଏହି ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କ ଠାରେ ଦାବି କରିଥିବା ର କହିଛନ୍ତି l ଠିକ ସେହିପରି ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ସରକାରୀ କାର୍ଯ୍ୟକ୍ରମ ରେ ରାୟଗଡା ଗସ୍ତ ରେ ଆସିଥିବା ସମୟରେ ମୃତ ସଞ୍ଜୟ ଙ୍କ ବାସଭବନ ଶୁଣ୍ଡି ସାହି କୁ ଯାଇ ମୃତ ପରିବାର ବର୍ଗ ଙ୍କୁ ଭେଟିଥିଲେ l ସଞ୍ଜୟ ଙ୍କ ମା, ବାପା, ପତ୍ନୀ ଓ ଭାଇଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ ଓ ଦୃଢ଼ ପ୍ରତିଶୃତି ଦେଇ କହିଥିଲେ ଯେ ସଞ୍ଜୟ ଙ୍କ ଆତ୍ମହତ୍ୟା ମାମଲା

ର ନିରପେକ୍ଷ ତଦନ୍ତ ହେବ ବୋଲି କହିଥିଲେ l ଏହି ସମୟରେ ମୃତ ସଞ୍ଜୟ ଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦେଇ ଛନ୍ତି l ଏହି ଘଟଣା ର ଉପଯୁକ୍ତ ତଦନ୍ତ କରି ଆମକୁ ନ୍ୟାୟ ଦେବା ସହିତ ଦୋଷୀ କୁ ଉପଯୁକ୍ତ ଦଣ୍ଡବିଧାନ କରିବା ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓ ଏଥି ସହିତ ଥଇଥାନ ର ବ୍ୟବସ୍ତା ସାଙ୍ଗକୁ ସ୍ୱାମୀଙ୍କ କାମ ର ବକେୟ ବିଲ ଟଙ୍କା ଓ ଅନ୍ୟ ସରକାର ଙ୍କ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଥିଲେ l

ମୃତ ସଞ୍ଜୟ ଙ୍କ ଭାଇ ରବିନାରାୟଣ ସୂଈସାଇଡ ନୋଟ ପଢି ଥିବାକଥା ମନ୍ତ୍ରୀଙ୍କୁ କହିଥିଲେ l ସେ ପୁଣି ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ଗତ 4 ବର୍ଷ ଧରି ଜାରିଙ୍ଗ ରିସର୍ଚ୍ଚ ସେଣ୍ଟର ରେ କାମ କରୁଥିଲେ l ମୋର ଭାଇ କୁ ରାୟଗଡା ଡ଼ିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଉଥିଲେ l ଗତ ବର୍ଷ 7 ଲକ୍ଷ ଟଙ୍କା ପିସି ମାଗିଥିଲେ l ଏହି ବର୍ଷ ସଞ୍ଜୟ ଡ଼ିଏଫଓ ଙ୍କୁ 2.50 ଲକ୍ଷ ଟଙ୍କା ସହିତ ଏକ ଏ ସି କିଣି ଦେଇଥିଲେ l ଏକ ମନ୍ଦିର ନିମନ୍ତେ 40 ହଜାର ଟଙ୍କା ଡୋନେସନ ଦେଇଥିଲେ ଓ ଡ଼ିଏଫଓ ଙ୍କ ଘରେ ଏକ ବୋରୱେଲ ଖୋଳାଇ ଥିଲେ

ବୋଲି ରବିନାରାୟଣ କହିଛନ୍ତି l ରାବୁନାରାୟଣ ପୁଣି କହିଛନ୍ତିଯେ ଡ଼ିଏଫଓ ବାରମ୍ବାର ଚାକିରୀ ରୁ କାଢି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ନେଇ ସୂଈସାଇଡ ନୋଟ ରେ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି l ଗତ 1 ତାରିଖ ରେ ସଞ୍ଜୟ ଙ୍କୁ ଜବରଦସ୍ତ ବଲାଙ୍ଗୀରି ବଦଳି କରାଯାଇଥିଲା l ଡ଼ିଏଫଓ ବାରମ୍ବାର ମାନସିକ ଚାପ ଦେବାରୁ ସଞ୍ଜୟ ବାଧ୍ୟ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ୍ୟ ହେଲେ ବୋଲି ରବି ମନ୍ତ୍ରୀ ଙ୍କୁ କହିଛନ୍ତି ଓ ଘଟଣା ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ନିମନ୍ତେ ଅନୁରୋଧ କରିଛନ୍ତି l

ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ମନ୍ତ୍ରୀ ରାଷ୍ଟ୍ର ସ୍ୱାଧୀନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟା ରେ କହିଲେ ଯେ ଘଟଣା କଣ ପାଇଁ ଘଟିଲା ତାହା ତଦନ୍ତ କରିକ୍ର୍ୟନୁଷ୍ଠାନ ନିଆଯିବ କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ