March 11, 2026

ଗଜପତିରେ ଲଗାଣ ବର୍ଷାରେ ଫସଲ କ୍ଷୟକ୍ଷତିକୁ ଅନୁଧ୍ୟାନ କଲେ ପାରଳାଖେମୁଣ୍ଡି ବିଧାୟକ      

IMG-20250821-WA0139
Share

 

 

ପାରଳାଖେମୁଣ୍ଡି:୨୧/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାଣୀପେଣ୍ଠ ପଞ୍ଚାୟତର ବଡ଼ଖିଙ୍ଗରୋ ଧାନଫସଲ ସମ୍ପୂର୍ଣ ଭାବେ ନଷ୍ଟ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ ଉକ୍ତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ବର୍ଷାଦିନ ପୁର୍ବରୁ କ୍ଷୁଦ୍ର ଜଳସେଚନ ବିଭାଗ ନାଳ ସଫା ନ କରିବା ଏବଂ ସେଠାରେ ଥିବା କଲଭର୍ଟ କମ୍ ଉଚ୍ଚ ହୋଇଥିବା ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁ ନ ଥିବା ଚାଷୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ପ୍ରତିବର୍ଷ ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇ ବହୁ ପରିମାଣରେ ଧାନ ଫସଲ କ୍ଷତି ହେଉଛନ୍ତି. ଏହାର ସ୍ଥାୟୀ ସମାଧାନ କରାଗଲେ ଫସଲ କ୍ଷତି ହେବ ନାହିଁ. ଚାଷୀଙ୍କ ଠାରୁ ଏସବୁ ଶୁଣିବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ କହିଲେ ଘଟଣା ନେଇ ବିଭାଗୀୟ ଅଧିକାରୀଙ୍କ ସହ ତୁରନ୍ତ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ.