April 29, 2026
IMG-20240821-WA0059
Share

 

ରାଜସୁନାଖଳା,(ଉପାନ୍ତ ଖବର): ରାଜସୁନାଖଳା ବଜ଼ାର ଠାରୁ ଅନତି ଦୂରରେ ଏନ ହେଚ ୫୭ପାର୍ଶ୍ୱରେ ଥିବା ଟ୍ରାକ୍ଟର ଶୋ ରୁମନିକଟରେ ଆଜି ସ୍କୁଟି ନେଇ ସରଣକୂଳରୁ ଭୁବନେଶ୍ୱର ଅଭିମୁଖେଯାଉଥିବା ପୂଜା ବେହେରା ଙ୍କପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଆଟୋ ଧକ୍କା ଦେଇ ଦ୍ରୁତ ବେଗରେ ପଳେଇ ଯାଇଥିଲା ଯୁବତୀ ଜଣକ ରାସ୍ତା ରେ ପଡି ଛଟ ପଟ ହେଉଥିବା ଦେଖି ରାସ୍ତା ରେ ଯାଉଥିବା ଜଣେ ସମାଜସେବୀ ସନ୍ତୋଷ ବରାଡ଼ ତାଙ୍କୁ ନେଇ ରାଜସୁନାଖଳା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରି ନିଜ କାର ରେ ନେଇ ଭୁବନେଶ୍ୱର ରେ କାର୍ଯ୍ୟ ରତ ଥିବା ସ୍ଥାନ ରେ ଯୁବତୀ ଙ୍କୁ ଛାଡି ଦେଇଆସିଥିଲେ। ସ୍କୁଟି ଗାଡିଟି ଅଟୋ ଧକ୍କା ରେ ଅଧା ଭାଙ୍ଗି ଯାଇଥିଲା। ସମାଜସେବୀଙ୍କ ଏଇ ମହାନତା କୁ ରାଜସୁନାଖଳାର ଲୋକ ମାନେ ପ୍ରଶଂସା କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed