November 15, 2024
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ରେ ଭାରତ ବନ୍ଦ ସଫଳ ହୋଇଥିବାର ଜଣାଯାଇଛି ଜ଼ିଲ୍ଲା ଭତରା ବିକାଶ ପରିଷଦ ସଭାପତି ଶ୍ରୀ ନୀଳକଣ୍ଠ ପୂଜାରୀ ଙ୍କ ନେତୃତ୍ୱ ରେ ଏହି ବନ୍ଦ ପାଳନ ସମୟ ରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ପୂର୍ବତନ ସରପଞ୍ଚ ବାଲକୃଷ୍ଣ ମାଝୀ ,ସନାରୁ ଚାଲାଣ,ରାଜ ମୋହନ ଭଣ୍ଡାରୀ. ପୂର୍ବତନ କାଉନସିଲର ନରେନ୍ଦ୍ର ମାଝୀ.ମଙ୍ଗରାଜ ରନ୍ଧାରୀ. ନୀଳକଣ୍ଠ ଚାଲାଣ. ସରପଞ୍ଚ ଦେବ ମାଝୀ. ପୂର୍ଣ୍ଣ ପୂଜାରୀ. କମଳା ପୂଜାରୀ.ପୀତବାସ ଗାଦବା. ତୀର୍ଥବାସୀ ଚୌଧୁରି. ରଞ୍ଜନ ମହୁରିଆ ଙ୍କ ସମେତ ମିଳିତ ମଞ୍ଚର ବହୁ କର୍ମ କର୍ତ୍ତା ସାମିଲ ଥିବା ଜଣା ଯାଇଛି I ସୂଚନା ଅନୁଯାଇ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ ଅନୁଯାୟୀ ଆଦିବାସୀ. ହରିଜନଙ୍କ ମଧ୍ୟରେ ଯେଉଁ ମାନେ ସ୍ଵଛଳ ଵର୍ଗର ହୋଇଥିବେ ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ମିଳିବ ନାହିଁ I ଫଳ ରେ ସେମାନେ ଅନେକ ସୁବିଧା ରୁ ବଞ୍ଚିତ ହେବେ I ଏହି କ୍ରିମ ଲୋୟାର ବ୍ୟବସ୍ଥା ଙ୍କୁ ବିରୋଧ କରି ଭାରତ ବନ୍ଦ ପାଇଁ ମଙ୍ଗଳ ବାର ମିଳିତ ମଞ୍ଚ ଦ୍ୱାରା ସମସ୍ତ ସର୍ବ ସାଧାରଣ ଙ୍କୁ ଡାକ ବାଜି ଯନ୍ତ୍ର ଦ୍ୱାରା ଅବଗତ କରା ଯାଇଥିଲା ତେଣୁ ସମସ୍ତ ଦୋକାନ ବଜାର. ଚକ ଅଖ ସମେତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ମାନ ବନ୍ଦ ରହିଥିବାର ଜଣା ଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡ଼ିଆ I