ରାତି ଅଧରେ ଯୁବକ ନିଖୋଜ ,ଥାନାରେ ଅଭିଯୋଗ

Share

ରାତି ଅଧରେ ଯୁବକ ନିଖୋଜ ,ଥାନାରେ ଅଭିଯୋଗ
ବୁଗୁଡା : ତି ୨୧/୦୭/୨୩ : ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମର ବନିତା ଗୌଡଙ୍କ ପୁତ୍ର ଦଣ୍ଡପାଣି ଗୌଡ(୨୪) ଗତ ୧୮-୦୭-୨୩ ତାରିଖ ରାତି ୩ଟା ସମୟରେ ଘରୁ କେଉଁ ଆଡେ ଚାଲିଯାଇଥିବା ବୁଗୁଡା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ , ଦଣ୍ଡପାଣି ସୁନ୍ଦରଗଡ ଜିଲ୍ଲାର ଏକ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ ସେ ଗାଁକୁ ବୁଲିବାକୁ ଆସିଥିଲେ । ଗତ ୧୭ ତାରିଖରେ ଦଣ୍ଡପାଣିଙ୍କୁ ହାଇଦ୍ରାବାଦ ଯିବା ପାଇଁ କମ୍ପାନୀରୁ ଫୋନ ଆସିଥିଲା । ସେ ମଧ୍ୟ ଯିବାପାଇଁ ପ୍ରସ୍ତୁତ ହୋଇ ରାତିରେ ଖାଇପିଇ ଶୋଇଥିଲେ । ତେବେ ସକାଳୁ ମାଆ ବବିତା ଦେଖିଲା ବେଳକୁ ପୁଅର ସମସ୍ତ ଜିନିଷପତ୍ର ଥିଲା, କିନ୍ତୁ ପୁଅ ନଥିଲା। ବହୁତ ଖୋଜାଖୋଜି କଲାପରେ ମଧ୍ୟ ପୁଅର କୌଣସି ସନ୍ଧାନ ନ ମିଳିବାରୁ ନିଜ ବଡ ପୁଅ ରାଜେନ୍ଦ୍ର ଗୌଡ଼କୁ ସୁରାଟରୁ ଡକାଇଥିଲେ । ପୁଅ ଆସିଲାପରେ ବୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ନେଇ ବୁଗୁଡ଼ା ପୋଲିସ ୩୪/୨୩ରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି ।