( ସମାଗୋଳ ଉପ କାରାଗାର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବସୁଧୈବ କୁଟୁମ୍ବକମ ଭାବଧାରାରେ ବଞ୍ଚିବା ନିମନ୍ତେ ଯୋଗ ଏକ ମାଧ୍ୟମ ଓ ସାଧନା ପାଲଟିଛି l ଆମ ଶରୀରକୁ ସୁସ୍ଥ ରଖିବା ଏବଂ ମନକୁ ଉର୍ଜା ଦେବା ସହିତ ଯୋଗକୁ ଜୀବନର ଏକ ଏପରିହାର୍ଯ୍ୟ ଅଙ୍ଗ ଭାବେ ଗ୍ରହଣ କରି ନିଜକୁ ସୁସ୍ଥ ରଖିବା ସହ ଉତ୍ତମ ସମାଜ ଗଠନ କରିବପାଇଁ ଯୋଗର ଆବଶ୍ୟକତାଉ ରହିଛି । ସେହିପରି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ସମାଗୋଳ ଉପ କାରାଗାର ପରିସରରେ କାରାଗାର ର ଅଧିକ୍ଷକ ଇନ୍ଦ୍ରଜିତ ବିଶ୍ଵାଳ ନେତୃତ୍ୱରେ ପାଳିତ ହୋଇଯାଇଛି । ଏହି ଯୋଗ କରିବା ଦ୍ୱାରା ମଣିଷ ଶରୀରର ମାନସିକ ଚାପରୁ ମୁକ୍ତି ମିଳେ, ରକ୍ତଚାପ ଜନିତ ରୋଗ ଦୁରିବୁତ ହୁଏ, ସମସ୍ତ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଉପଶମ ମିଳେ ଅଜିର ଆଧୁନିକ ଜୀବନ ଶୈଳୀ ପ୍ରଭାବିତ ହୋଇ ଡାଇବେଟିସ, ଥାଇରୋଡ, ପରାଲିଶିସ, ଅଜମା, ଏପରି ମାରାତ୍ମକ କ୍ୟାନ୍ସର ପରି ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଆମ ଶରୀର ଭିତର ରକ୍ତ ସଞ୍ଚାଳନ ସଠିକ୍ ଭାବରେ ନିୟନ୍ତ୍ରଣ କରେ। ଅଶାନ୍ତ ମନକୁ ଶାନ୍ତ କରିଥାଏ ବୋଲି ଯୋଗ ଶିକ୍ଷକ ତଥା ଗୁରୁ ଅଭୟ ସାମଲ ଓ ସୋମନାଥ ସାମଲ କାରାଗାର ରେ ଥିବା ଅନ୍ତେ ବାସୀଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ଅନ୍ତେବାସୀ ଙ୍କୁ ଦୈନନ୍ଦିନ ଯୋଗ ର ଅଭ୍ୟାସ ରଖିବାକୁ ପରାମର୍ଶ ଦେଇଥିଲେ । ( ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
