ଉମରକୋଟ ରେ ୮ଦିନ ହେଲାଣି ଇଣ୍ଟରନେଟ ସେବା ନାହି ପୋଷ୍ଟଲ ସେବା ବିପର୍ଯ୍ୟସ୍ତ, ଲୋକ ହନ୍ତସନ୍ତ………
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଦ୍ଵିତୀୟ ପୋଷ୍ଟ ଅଫିସ ଉମରକୋଟ ପୋଷ୍ଟ ଅଫିସରେ ଆଜିକୁ ୮ ଦିନ ହେଲାଣି ଲିଙ୍କ ନ ଥିବା ଯୋଗୁ ପୋଷ୍ଟ ଅଫିସର ସମସ୍ତ ସେବା ବନ୍ଦ ହେଇଯାଇଛି ଫଳରେ ଗ୍ରାହକ ମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଉମରକୋଟ ଠାରୁ ପାପଡାହାଣ୍ଡି ମଧ୍ୟରେ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଦୀର୍ଘ ଦିନ ହେଲା ଚାଲିଛି। ଫଳରେ ପ୍ରାୟ ସବୁ ଦିନ ବିଏସଏନ୍ଏଲ ର ତାର କଟି ଯାଉଥିବାରୁ ଉମରକୋଟ ଅଞ୍ଚଳରେ ବିଏସଏନଲ ର ମୋବାଇଲ ଓ ଏହାର ଇଣ୍ଟରନେଟ ସେବା ମାସ ରେ ୨୦ ଦିନ ବନ୍ଦ ହେଇ ରହିଥାଏ। ଉମରକୋଟ ଡିଏନକେ ଠାରେ ଥିବା ପୋଷ୍ଟ ଅଫିସରେ ପ୍ରତି ଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିବା ବେଳେ କିନ୍ତୁ ଏହି ଅଫିସ ଟି ଆଜି ପର୍ଯ୍ୟନ୍ତ ବିଏସଏନ୍ଏଲ ର ଇଣ୍ଟରନେଟ ସେବା ଉପରେ ହିଁ ନିର୍ଭର କରିଥାଏ। କିନ୍ତୁ ଉମରକୋଟ ର ବଜାର ଶାଖା, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଠାରେ ଥିବା ଛୋଟ ଛୋଟ ପୋଷ୍ଟ ଅଫିସ ଗୁଡିକରେ ପୋଷ୍ଟଲା ବିଭାଗ ବିକଳ୍ପ ବ୍ୟବସ୍ଥା ରଖିଥିବା ବେଳେ ଉମରକୋଟର ଏତେ ବଡ଼ ପୋଷ୍ଟ ଅଫିସରେ କାହିଁକି ଇଣ୍ଟରନେଟ ର ବିକଳ୍ପ ବ୍ୟବସ୍ଥା କରି ନାହିଁ ବୋଲି ସହର ବାସୀ ପ୍ରଶ୍ନ କରୁଛନ୍ତି। ଉମରକୋଟ ପୋଷ୍ଟ ଅଫିସରେ ଆଜିକୁ ୮ ଦିନ ହେଲା ଇଣ୍ଟରନେଟ ସେବା ନ ଥିବାରୁ ଲୋକ ମାନେ ଟଙ୍କା ପୈଠ, ଟଙ୍କା ଉଠାଣ କରି ପାରୁନ ଥିବା ସହ କୌଣସି ପ।ର୍ଶଲ ନା ପାଇ ପାରୁଛନ୍ତି ନା ପଠାଇ ପାରୁନାହାନ୍ତି। ବିଶେଷ କରି ବାହାଘର ଓ ମେଡ଼ିକାଲ ପରି ଅସୁବିଧା ସମୟରେ ଲୋକମାନଙ୍କୁ ଟଙ୍କାର ଆବଶ୍ୟକ ଥିବା ବେଳେ ଲୋକମାନେ ଟଙ୍କା ଉଠାଇ ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ବ୍ୟାଙ୍କ ଅପେକ୍ଷା ପୋଷ୍ଟ୍ ଅଫିସ ରେ ସୁଧ ହାର ଅଧିକ ଥିବାରୁ ଗ୍ରାହକ ମାନେ ପୋଷ୍ଟ ଅଫିସ ଉପରେ ଅଧିକ ନିର୍ଭର ହେଉ ଥିବା ବେଳେ ଉମରକୋଟ ପୋଷ୍ଟ ଅଫିସର ଏପରି ବିପର୍ଯ୍ୟସ୍ତ ସେବା ପାଇଁ ଲୋକ ମାନେ ପୋଷ୍ଟ ଅଫିସ ପ୍ରତି ବିମୁଖ ହେଇ ବ୍ୟାଙ୍କ ଆଡକୁ ଯିବା ଆରମ୍ଭ କଲେଣି। ଉମରକୋଟ ପୋଷ୍ଟ ଅଫିସ ଉପରେ ୧୮ ଟି ଗ୍ରାମ ପଞ୍ଚାୟତ ର ୧୮ ଟି ବ୍ରାଞ୍ଚ ପୋଷ୍ଟ ଅଫିସ ଓ ଉମରକୋଟ ସହର ନିର୍ଭର କରୁଥିବା ବେଳେ ଇଣ୍ଟରନେଟ ନ ଥିବାରୁ ବର୍ତ୍ତମାନ ସମଗ୍ର ଉମରକୋଟ ଅଞ୍ଚଳରେ ଲୋକ ମାନେ ନୁଆ ଆକାଉଣ୍ଟ ଖୋଲି ପାରୁନାହାନ୍ତି କି ଟଙ୍କା ଜମା ମଧ୍ୟ କରି ପାରୁନାହାନ୍ତି କି ଟଙ୍କା ମଧ୍ୟ ଉଠେଇ ପାରୁନାହାନ୍ତି। ଉମରକୋଟ ପୋଷ୍ଟ ଅଫିସ ର ଏପରି ବିପର୍ଯ୍ୟସ୍ତ ସେବା ଯୋଗୁ ଲୋକମାନେ ଏହି ପୋଷ୍ଟ ଅଫିସ ଉପରେ ଭରସା ତୁଟି ଯାଉଥିବା ସହ ଏଠାରୁ ଆକାଉଣ୍ଟକୁ ବନ୍ଦ କରି ବ୍ୟାଙ୍କରେ ଖୋଲିବା ପାଇଁ ମନସ୍ଥ କଲେଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵଳ୍ପ ସଞ୍ଚୟ ଉପରେ ଗୁରୁତ୍ବ ଦେଉଥିବା ବେଳେ ପୋଷ୍ଟ ଅଫିସର ଏପରି ସେବା ଯୋଗୁ ସ୍ୱଳ୍ପ ସଞ୍ଚୟ ସେବା ଉପରେ ମଧ୍ଯ ପ୍ରଭାବ ପଡ଼ିବାରେ ଲାଗିଛି। ୮ ଦିନ ହେଲାଣି ତାର କଟି ଯାଇଥିବା ସତ୍ତ୍ଵେ ବିଏସଏନ୍ଏଲ ର କର୍ମଚାରୀ ମାନେ ତାର କୁ ସଜାଡି ପାରୁନାହାନ୍ତି, ତାହା ସେମାନଙ୍କ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। ଉମରକୋଟ ପୋଷ୍ଟ ଅଫିସରେ ୮ ଦିନ ହେଲାଣି ସେବା ବନ୍ଦ ହେବା ଯୋଗୁ ଗ୍ରହକ ଅସୁବିଧାର ସମ୍ମୁଖୀନ ହେଉ ଥିବା ଜାଣିକି ମଧ୍ୟ ଗାଡ଼ ନିଦ୍ରା ରେ ସୋଇକି ରହିଛି ବିଭାଗର ବଡ଼ବାବୁ ମାନେ। ଜୟପୁର ଠାରେ ଥିବା ପୋଷ୍ଟ ଅଫିସର ଡେପୁଟି ସୁପରିଡେଣ୍ଟ ଲକ୍ଷ୍ମୀ ନାରାୟଣ ମିଶ୍ର ଙ୍କୁ ପଚାରିବାରୁ ଇନ୍ସପେକ୍ଟରଙ୍କୁ କହିଛି ଦେଖିବା ପାଇଁ କହି ହାଲକା ଭାବରେ ଉତ୍ତର ଦେଇ ଥିଲେ।ଅପରପକ୍ଷେ ରେ ଉମରକୋଟ ଠାରେ ଥିବା ପୋଷ୍ଟଲ୍ ଇନ୍ସପେକ୍ଟର
ରବୀନ୍ଦ୍ର ବେହେରାଙ୍କୁ ପଚାରିବାରୁ ଏହା ମୋ କାମ ନାହିଁ କିନ୍ତୁ ଜୟପୁର ଥରେ ଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି ବୋଲି କହିଛନ୍ତି।ତୁରନ୍ତ ଡାକ ବିଭାଗ ଉମରକୋଟ ର ମୁଖ୍ୟ ଡାକ ଘରେ ବିକଳ୍ପ ଇଣ୍ଟରନେଟ ସେବା ପ୍ରଦାନ କରୁ ନଚେତ ଦୀର୍ଘ ଦିନ ଧରି ସୁନ।ମ ଥିବା ଡିଏନକେ ପୋଷ୍ଟ ଅଫିସ ପ୍ରତି ଲୋକ ବିମୁଖ ହେଇ ଗ୍ରାହକ ମାନେ ବ୍ୟାଙ୍କ ଆଡକୁ ମୁହାଇବେ ଓ ଏହି ପୋଷ୍ଟ ଅଫିସଟି ଦିନେ ଇତିହାସରେ ରହିଯିବ ଏଥିରେ ତିଳେ ହେଲେ ଆଉ ସନ୍ଦେହ ନାହିଁ।
