ପାହାଡଶ୍ରୀଗିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ

ସୁରେନ୍ଦ୍ର କଠାର,ବରଗଡ
ଅଦ୍ୟ ତା:- ୨୧/୦୬/୨୦୨୫ ରିଖ ଶନିବାର ଦିନ ସକାଳ ପ୍ରାୟ ୬ ଟା ୩୦ ମିନିଟ ରେ ଅତାବିରା ବ୍ଲକ୍ ପାହାଡ଼ଶ୍ରୀଗିଡା ଲାଲ ଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଜୟଦେବ ନାଏକ ଙ୍କ ସଂଯୋଜନା ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ସାହୁ ଯୋଗ ସଂପର୍କିତ ବିଭିନ୍ନ ପ୍ରକାରର ଆସନ ଓ ତାର ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ସେଟ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।
