April 23, 2026

ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ

WhatsApp Image 2025-06-21 at 10.05.14 AM
Share

ଆଜି ଶନିବାର ସକାଳ ୭ଟାରେ ଅତାବିରା ଇନଡୋର ଷ୍ଟାଡିୟମ ଠାରେ ପଂଚାୟତ ସମିତି ଓ ଏନଏସି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି |ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ବିଡିଓ ରିପୁନାଥ ସୁନା,ଏବିଡିଓ ଗିରିନ୍ଦ୍ର ସାହୁ,ଜିପିଡିଓ ମହମ୍ମଦ ଆକବର,ସିଡିପିଓ ଉର୍ମିଳା ପରିଡା,ଏନଏସି ଇଓ ନରେନ୍ଦ୍ର ପ୍ରଧାନ,ତହସିଲଦାର କେ ରିଚି କୁମାର ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଯୋଗ ଶିବିରଟିକୁ ଉଦଘାଟନ କରିଥିଲେ |ଯୋଗ ପ୍ରଶିକ୍ଷକ ଭାବେ ନାରଦାନନ୍ଦ ସରସ୍ପତୀ,ଗୋବିନ୍ଦ କଠାର,ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ |ଏହି ଶିବିରରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ |