April 23, 2026
ajiro khabar
Share

 

 

ପଶ୍ଚିମ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ଓ ୩୦ରୁ ୪୦ କିମି ପବନର ହେବାର ସମ୍ଭାବନା। ୨୬ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବ

 

ରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ବୋଲି ବକ୍ତବ୍ୟ

 

ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାରର ଲାଭ ମିଳୁଛି, ଲୋକମାନଙ୍କୁ ସୁଶାସନ ଦିଆଯାଉଛି ବୋଲି କହିଲେ ମୋଦୀ

 

ପୁରୀରେ ରଥ ନିର୍ମାଣର ୫୧ତମ ଦିବସରେ ତିନି ରଥର ସିଂହାସନ ବେଦି ପ୍ରଥମ ଭୂଇଁରେ କନକମୁଣ୍ଡି ସ୍ଥାପନ।

 

ଛତୁ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ, ବିହାର ଦ୍ଵିତୀୟ।

 

ଭୁବନେଶ୍ୱର ମୋଦୀଙ୍କ ରୋଡ୍ ସୋ ହେଲା। ହୁଳହୁଳି ପଡିଲା, ଢୋଲ ବାଜିଲା। ସାରା ରାଜ୍ୟରୁ ଆସିଥିଲେ କର୍ମୀ, ରାସ୍ତା ହେଲା ଜାମ

 

ବୋୖଦ୍ଧ ବାସୀ ଦେଖିଲେ ରେଲଗାଡି, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

 

ମୋଦୀ କହିଲେ, ମୋତେ ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ଡାକୁଥିଲେ, ଓଡିଶା ଆସିବି ବୋଲି ମନା କରିଦେଲି।

 

ରାୟଗଡା ଗୁଡାରି କ୍ରୀଡ଼ାବିତ୍‌ ବୀରେନ୍ଦ୍ର ଶବର ହରିୟାଣାରେ ଭାର ଉତ୍ତୋଳନରେ ଯୋଗଦେବା ପାଇଁ ଆର୍ଥିକ ସଂକଟରେ। ଆଗରୁ ଜିତିଥିଲେ ସ୍ବର୍ଣ୍ଣପଦକ।

 

ଏକସଙ୍ଗେ ଫୁଲିଲା ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ କୋଏଲ ନଦୀ। ଗାଲୁଡିହି ବ୍ୟାରେଜ୍‌ ଛାଡ଼ିଲା ପାଣି।

 

ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁବର୍ଣ୍ଣରେଖା ନଦୀରେ ପାଣି ଫୁଲିଲା, ଅନେକ ଗ୍ରାମ ଜଳବନ୍ଦୀରେ।

 

ସୁନ୍ଦରଗଡ ଇବ ନଦୀ ପାଣିରେ ଭାସିଗଲା କ୍ୟାବିନ୍‌। ମଝି ନଈରେ ୪ ଘଣ୍ଟା ଫସିଲେ ସୁରକ୍ଷାକର୍ମୀ।

 

ପଶ୍ଚିମ ଓଡ଼ିଶାକୁ ବ୍ୟାପିଲା ଝାଡ଼ାବାନ୍ତି। ସମ୍ବଲପୁରରେ ଅନେକ ଆକ୍ରାନ୍ତ। ସ୍ୱାସ୍ଥ୍ୟ ବିଭାଗ ଅସହାୟ।

 

ମାଲକାନଗିରିରେ ଅନିୟମିତତା ଅଭିଯୋଗ। ୭୨୯ ସରକାରୀ କ୍ବାର୍ଟରରୁ ୫୭୬ ବଣ୍ଟନ ହୋଇଛି

 

ବ୍ରହ୍ମପୁରରେ ନାଲକୋରେ ଚାକିରି କରାଇଦେବାକୁ କହି ୫ ଲକ୍ଷ ଠକେଇ, ମଧ୍ୟସ୍ଥ ଗିରଫ।

 

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ। ଗିରଫ ହେବାର ସମ୍ଭାବନା

 

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲାଞ୍ଚନେଇ ଧରା ପଡିଥିବା ଧୀମାନ ଚକମା।

 

ବାଲେଶ୍ଵର ବାଲିଆପାଳରେ ପୁଅବୋହୂଙ୍କ ନିର୍ଯାତନା ଯୋଗୁଁ କାନ୍ଥରେ ପୋଷ୍ଟର ମାରିଲେ ବୃଦ୍ଧ ବାପା, ଆତ୍ମହତ୍ଯା ଉଦ୍ଯମ କଲେ।

 

କେନ୍ଦୁଝର ଜିଲ୍ଲା ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ଛାତରୁ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର।

 

ଯାଜପୁର ବଡ଼ଚଣା ବ୍ଲକ୍‌ରେ ୬ ହୋଟେଲ ସିଲ୍ କଲା ପ୍ରଶାସନ। ଜଳ ନମୁନାରୁ ଚିହ୍ନଟ ହେଲା କଲେରା

 

ସମସ୍ୟାରେ ଏୟାର ଇଣ୍ଡିଆ। ୯ ଦିନରେ ୮୪ ବିମାନ ବାତିଲ।

 

ପଶ୍ଚିମବଙ୍ଗ ପୁରୁଲିଆ ଜାତୀୟ ରାଜପଥରେ ଟ୍ରଲର ଓ ବୋଲେରୋ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ।

 

ତେନ୍ଦୁଲକର ଆଣ୍ଡରସନ କ୍ରିକେଟ ଟ୍ରଫି ପ୍ରଥମ ଟେଷ୍ଟରେ ଜୟସ ଓ୍ବାଲ, ଗିଲ୍ ଙ୍କ ଶତକ; ଭାରତ ୩/୩୫୯।

 

ଭାରତୀୟଙ୍କ ପାଇଁ ଖୋଲିଲା ଇରାନ ଆକାଶମାର୍ଗ, ସ୍ୱଦେଶ ଫେରିବେ ପ୍ରାୟ ୧୦୦୦ ଛାତ୍ର।

 

ମାଲବାହୀ ବିମାନରେ ଇରାନକୁ ଯୁଦ୍ଧାସ୍ତ୍ର ପଠାଇଛି ଚୀନ । ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍‌ ପାଉଛି ଇରାନ। ମିସାଇଲ ମାଡରେ ଇସ୍ରାଏଲରେ ବିପୁଳ କ୍ଷତି

 

ଏଡିଆର୍‌ ରିପୋର୍ଟରେ ୨୦୨୪ ନିର୍ବାଚନ ଖର୍ଚ୍ଚ। ବିଜେପି ୧୪୯୪ କୋଟି, କଂଗ୍ରେସ ୬୨୦ କୋଟି

=======================

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ବିଶ୍ୱ ମ୍ୟୁଜିକ ଦିବସ

 

ଆଜି ଜନ୍ମଦିନ: ଅଭିନନ୍ଦନ ବର୍ତ୍ତମାନ, ରିମା ଲାଗୁ, ଗୌତମୀ କପୁର, ମେଜର ପଦ୍ମପାଣି ଆଚାର୍ଯ୍ୟ (ମହାବୀର ଚକ୍ର)

 

ଆଜି ତିରୋଧାନ: କେଶବ ହେଡଗେୱାର

 

ଇତିହାସରେ ଆଜି ଦିନ: (୧୫୭୬) ହଳଦୀଘାଟ ଯୁଦ୍ଧରେ ମୋଗଲ ଠାରୁ ହାରିଲେ ମହାରାଣା ପ୍ରତାପ/ (୧୯୪୧) ରାଜ ଗୋପାଲଚାରୀ ହେଲେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ/ (୧୯୯୧) ପିଭି ନରସିଂହା ରାଓ ହେଲେ ଦେଶର ପ୍ରଧାନମନ୍ତ୍ରୀ

=======================

🌱 *ଗଛଟିଏ ଲଗାନ୍ତୁ*🌱

=======================

*ବନ୍ଦେ ଉତ୍କଳ ଜନନୀ*

You may have missed