July 3, 2024

ପ୍ରତିଶୃତି ର ରାଜନୀତି କେବଳ ପାଣି ର ଗାର………..

Share

 

ଝରୀଗାଁ:- (ଏମ୍.ଦିନା°ଶୁ ଆଚାରୀ ) ପ୍ରତିଶୃତି ପରେ ପ୍ରତିସୃତି ହେଲେ ସବୁ ପ୍ରତିଶୃତି କେବଳ ପାଣିରଗାର, ନା ରାସ୍ତା ମିଳୁଛି ନା ମିଳିଲା ପାଣି ନା କରେଣ୍ଟ କିନ୍ତୁ ଇଲେକ୍ସନ ହେଲେ ଆସୁଥିଲେ ନେତା କେବଳ ପ୍ରତିଶୃତି ଦେଇ ଭୋଟ ମାଗିବାକୁ ହେଲେ ଏଥର ଲୋକେ ପଚିଶି ବର୍ଷ ର ସରକାରକୁ ଉଚିତ ଜବାବ ଦେଇଛନ୍ତି, ଏକ ପରିବର୍ତ୍ତନ ର ସ୍ବର ନେଇ ପରିବର୍ତ୍ତନ ଆଣିଛନ୍ତି
ଝରୀଗାଁ ର ଏମିତି ଅନେକ ଗାଁ ଆଜି ପିଇବା ପାଣି ଠାରୁ ସାଧାରଣ ମୌଳିକ ସୁବିଧା ରାସ୍ତା ହେଉ କି ବିଜୁଳି, ପହଂଚି ପାରିନି ଗାଁ କୁ, ସରକାର ଚାଲିଗଲା ହେଲେ ଘର ଘରକୁ ପାଣି ଯୋଗେଇଦେବାର ପ୍ରତିଶୃତି,ପ୍ରତିଶୃତି ରେ ହିଁ ରହିଗଲା, ଏମିତି ଏକ ଗାଁ ଟେଣ୍ଡେକା ଡ଼ଙ୍ଗରି ଯାହାକି ନବରଙ୍ଗପୁର ଜିଲ୍ଲା ଝରୀଗାଁ ସଦର ମହକୁମା ଠାରୁ ମାତ୍ର ଚାରି କିଲୋମିଟର ଦୂର!ଏଠି ଦୀପ ତଳ ଅନ୍ଧାର ଭଳି ପାଣି ଆଉ ରାସ୍ତା ଭଳି ସମସ୍ୟା ଆଜିବି ଏ ଗାଁ ଲୋକଙ୍କ ଲାଗି ସ୍ବପ୍ନ ହୋଇ ରହିଯାଇଛି ଲୋକେ ଆଜି ଵି ଚୁଆଁ ପାଣି ଉପରେ ଭରସା କରୁଥିବା କହିଛନ୍ତି, ଏକ କିଲୋମିଟର ପରିଧି ମଧ୍ୟରେ ଟେଣ୍ଡେକାଡଙ୍ଗରି, ଧଣ୍ଡାମାଲ, ବାଲାଜୀସାହି ଏବଂ ସମରଚଚରା, ଜଳକଷ୍ଟ କୁ ନେଇ ଏହି ଚାରିଖଣ୍ଡ ଗାଁ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ ବସୁଧା ଯୋଜନାର ସର୍ଭେ କରି ଆଜି ଯାଏଁ ବସୁଧା ଯୋଜନା ର କୌଣସି କାର୍ଯ୍ୟ କରାଗଲା ନାହିଁ
ଟେଣ୍ଡେକା ଡ଼ଙ୍ଗରି
ଏଭଳି ଅନେକ ଗାଁ ପଡିଛି ଯେଉଁ ଗାଁ ଗୁଡିକୁ ରାସ୍ତା, ପାଣି,କରେଣ୍ଟ ଭଳି ଅନେକ ମୌଳିକ ସୁବିଧା ଆଜିସୁଦ୍ଧା ପହଂଚି ପାରିନାହିଁ, ଗତ ଦିନ କୁସୁମୀ ଗ୍ରାମପଂଚାୟତ ରୁ ଅନ୍ଧାର ରାତିରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଝରୀଗାଁ ଡାକ୍ତର ଖାନା ଅଣାଯାଇଥିଲା ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ନେତାଙ୍କ ଖାମଖିଆଲି ମନୋଭାବ ଲାଗି
ଏ ସବୁ ଗାଁ ଆଜିବି ଅପହଞ୍ଚ ଇଲାକା ହୋଇ ପଡ଼ିରକିଛି।
ପାହାଡ଼ ଜଙ୍ଗଲ ଘେରା ଅନ୍ୟ ଏକ ଗାଁ କଟଣାପାଣି ରେ ପାଖାପାଖି ଚାଳିଶି ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଏମାନଙ୍କ ଦୁଃଖ ଦୁର୍ଦ୍ଧସା ମଧ୍ୟ କହିଲେ ନ ସରେ, ଗ୍ରାମବାସୀ କୁହନ୍ତି ଏଇ ଗାଁ ଅତିପୂରୁଣା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମ ଗାଁ କୁ ଆଜି ଯାଏଁ କରେଣ୍ଟ ଵି ଟିକିଏ ଯୋଗେଇଦେଲେ ନାହିଁ, ଘଞ୍ଚ ଜଙ୍ଗଲ ଘେରା ଏଇ ଗାଁ ଟି ସୂର୍ଯ୍ୟ ଅସ୍ତ ହେବା ସହିତ ଘନ ଅନ୍ଧାରରେ ବୁଡ଼ିଯାଇଥାଏ, ଯେଉଁଥି ପାଇଁ ସାନ୍ଧ୍ୟା ନଇଁବା ଆଗରୁ ଶିଶୁ ଠାରୁ ବୃଦ୍ଧ ରାତ୍ର ଭୋଜନ ସାରିଦେଇ ତାଟି କବାଟ ଦେଇ ଘରେ ଅନ୍ଧାରରେ ରାତି ବିତେଇଥାନ୍ତି ଆଉ ସୂର୍ଯ୍ୟ ଉଇଁଲେ ହିଁ ତାଙ୍କର ଆଖି ପୁଣି ଆଲୁଅ ଦେଖୁଥିବା କହିଛନ୍ତି ଏଇ ଗାଁ ର ଲୋକେ।
ଗାଁ ରେ ପୋଖରୀ ଟିଏ ନଥିବାରୁ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ବାଲଟି ରେ ପାଣି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ଏଭଳି ତମାମ ସମସ୍ୟା ଏ ଅଂଚଳର ର ନିରୀହ ଶିଶୁ ଙ୍କୁ ସହରୀ ଚାଲିଚଳନ ଠାରୁ ଦୁରେଇ ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ ଭଳି ଜରୁରୀ ଆବଶ୍ୟକତା ଠାରୁ ଏମାନଙ୍କୁ କହିବାକୁ ଗଲେ ଦୁରେଇ ଦେଇଥିଲା ଏ ସରକାର। ନିଜକୁ ଏକ ନମ୍ବର ସରକାର ବୋଲାଉଥିବା ରାଜୁତି କାଳରେ ଯଦି ଲୋକେ ଏଭଳି ସାଧାରଣ ମୌଳିକ ସମସ୍ୟା କୁ ନେଇ ସଂଗ୍ରାମ କରିଆସୁଥିବେ ଆଉ ସେମାନଙ୍କ ସମସ୍ୟାକୁ ନେଇ ନେତା ରାଜନୀତି କରୁଥିବେ ତେବେ ସେଭଳି ଗାଁ ହେଉ କି ସେମାନଙ୍କ ଆଗାମୀ ପିଢ଼ି ର ଭବିଷ୍ୟତ କେତେ ଉନ୍ନତ ଆଉ ଉଜ୍ଜଳ ତାହା ଚିନ୍ତାବ୍ୟକ୍ତ କରି ଜନତା ଦେଇଛନ୍ତି ଉଚିତ ଜବାବ!ବର୍ତମାନ ନୂତନ ସରକାର ଗଠନ ହୋଇଯାଇଛି, ଦେଖିବାକୁ ବାକି ରହିଲା ନୂତନ ସରକାର ଏଭଳି ସମସ୍ୟା ଘେରରେ ଥିବା ଗ୍ରାମ ଗୁଡିକର ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ!