July 3, 2024

ଯୋଗ ରୋଗମୁକ୍ତ ଓ କାନ୍ତିଯୁକ୍ତ ଶରୀର ,ଏକାଗ୍ରତାସମ୍ପନ୍ନ ମନ , ଦୃଢ଼ ସଂକଳ୍ପ ଦେହ ,ସହିଷ୍ଣୁ ପ୍ରାଣ ଓ ଅବିଚଳିତ ଧୈର୍ଯ୍ୟ ପ୍ରଦାନ କରିଥାଏ ..

Share

ଯୋଗ ରୋଗମୁକ୍ତ ଓ କାନ୍ତିଯୁକ୍ତ ଶରୀର ,ଏକାଗ୍ରତାସମ୍ପନ୍ନ ମନ , ଦୃଢ଼ ସଂକଳ୍ପ ଦେହ ,ସହିଷ୍ଣୁ ପ୍ରାଣ ଓ ଅବିଚଳିତ ଧୈର୍ଯ୍ୟ ପ୍ରଦାନ କରିଥାଏ । ଯୋଗ ହେଉଛି ସର୍ବସାଧନାର ମୂଳ ଓ ସର୍ବୋତ୍କୃଷ୍ଟ ସାଧନ । ଯୋଗ ବିଷୟରେ ଶାସ୍ତ୍ର କହେ ଅବିଦ୍ୟା ବିମୋହିତ ଆତ୍ମା “ଜୀଵ” ସଂଜ୍ଞାପ୍ରାପ୍ତ ହୋଇ ଆଧ୍ୟାତ୍ମିକ, ଆଧିବୈଦିକ ,ଆଧିଭୌତିକ । ଏହି ତ୍ରୟ ତାପର ଅଧିନ ହୋଇଛି । ଏହି ତ୍ରୟ ତାପର ଅର୍ଥ ହେଲା ଯେଉଁସବୁ ପଦାର୍ଥ କ୍ଷୟ ବା ବିନାଶଶୀଳ ସେହି ସବୁ ପଦାର୍ଥ ଭୂତ । ଅର୍ଥାତ ପ୍ରାଣୀମାନଙ୍କୁ ଆଶ୍ରୟ କରିଥାଏ ବୋଲି ଅଧିଭୂତ ନାମରେ କଥିତ ଅଟେ ।ଯେଉଁ ଅଦୃଶ୍ୟ ଶକ୍ତିଦ୍ୱାରା ଆମେ ପରିଚାଳିତ ହେଉଛେ ତାକୁ ଜାଣିବା ଶକ୍ତିର ନାମ ହେଲା ଆଧ୍ୟାତ୍ମିକ ଶକ୍ତି ।ଏହି ତ୍ରୟ ତାପରୁ ମୁକ୍ତିଲାଭ କରି ବ୍ରହ୍ମ ରେ ଲୀନ ହେବାର ଏକମାତ୍ର ଉପାୟ ଯୋଗ । ଯୋଗାଭ୍ୟାସ ବ୍ୟତୀତ ପ୍ରକୃତି ର ମାୟା କୁ ଜ୍ଞାତ ହେବା ସମ୍ଭବ ନୁହେଁ । ଯେଉଁ ବ୍ୟକ୍ତି ଯୋଗୀ ତାଙ୍କ ସମ୍ମୁଖରେ ପ୍ରକୃତି ମାୟାଜାଲ ବିସ୍ତାର କରିପାରେ ନାହିଁ । ବରଂ ମାୟା ଲଜ୍ଜିତ ଅଧୋବଦନ ରେ ପଳାୟନ କରେ । ସେହିଯୋଗୀ ବ୍ୟକ୍ତିଙ୍କଠାରେ ପ୍ରକୃତି ପୁରୁଷ ହାରମାନିଯାଏ । ପ୍ରକୃତି ହାର ମାନିଲେ ସେ ଆଉ ପୁରୁଷ ପଦବାଚ୍ୟ ନହୋଇ ସାକ୍ଷାତ ଆତ୍ମା ହୋଇଯାଏ । ଏହିପରି ସତ ସ୍ୱରୂପ ରେ ଅବସ୍ଥାନ କରୁଥିବାରୁ ଯୋଗ ଶ୍ରେଷ୍ଠ ସାଧନ ବୋଲି ମହାପୁରୁଷ ଙ୍କର ମତ ।
ବିଶ୍ୱ ଯୋଗ ଦିବସ ରେ ମୁଁ ସମସ୍ତ ବିଶ୍ୱବାସୀ ଙ୍କ ସୁସ୍ଥ ଶରୀର ପାର୍ଥନା କରୁଛି 🙏🙏🙏

ଜୟ ଶ୍ରୀ ରାମ