June 23, 2026

ଅନ୍ତର୍ଜାତୀୟ ଯୋଗ ଦିବସ କୋଳନରା ଆଦର୍ଶ ବିଦ୍ୟାଳୟ ଠାରେ ପାଳିତ l

IMG-20240621-WA0024
Share


ରାୟଗଡା : ପ୍ରତି ବର୍ଷ ଜୁନ 21 ତାରିଖ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଉଛି l ଏହି ପରିପେକ୍ଷ ରେ ଆଜି କୋଳନରା ବ୍ଲକ ସଦର ମୋହକୁମା ଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ଥରୀୟ ଯୋଗ ଦିବସ ପାଳନ ହୋଇଯାଇଛି l ଆଜିର ଏହି ଯୋଗ ଶିବିର ରେ ବ୍ଲକ ର ବିଭିନ୍ନ ପଂଚାୟତ ର ପୁରୁଷ ମହିଳା, ସ୍ବେଛାସେବୀ ଅନୁଷ୍ଠାନ, ବିଭିନ୍ନ ଏସ ଏଚ ଜି ଗ୍ରୁପ ମହିଳା ଅଙ୍ଗନବାଡି କର୍ମୀ, ଛାତ୍ର ଛାତ୍ରୀ, ବ୍ଲକ ଅଫିସ ର ସମସ୍ତ କର୍ମଚାରୀ ଙ୍କ ସମତେ ବ୍ଲକ ଅଧିକାରିଣୀ ରୀନା ପ୍ରଧାନ, ଅଧକ୍ଷା ସଂଯୁକ୍ତା କୁଲେସିକା, ଉପାଦକ୍ଷ ହଳଧର ହିମରିକା ଲ୍ୟାମ୍ପ ସଭାପତି ଶୁକୃ ପିରିବାକ, ବିଜେପି ନେତା କୃଷ୍ଣ ପାଣିଗ୍ରାହୀ, ହରିହର ଉର୍ଲାକା ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଯୋଗ ଶିବିର ରେ ଭାଗ ନେଇ ଯୋଗ କରିଥିଲେ l ଏହି ଉପଲକ୍ଷେ ବ୍ଲକ ଅଧିକାରିଣୀ କହିଥିଲେ ଯେ ଯୋଗ ଏକ ଶାରୀରିକ ମାନଷିକ ଓ ଆଧ୍ୟାତ୍ମିକ ଅଭ୍ୟାସ l ଏହାର ଉତ୍ପତି ଭରତ ରୁ ହୋଇଥିଲା ଓ ବିଶ୍ୱସ୍ତର ରେ ଏହି ଯୋଗ ଦିବସ ପାଳନ ଉଦ୍ୟମ ପ୍ରଥମେ ଭାରତ ତରଫରୁ ହିଁ ନିଆଯାଇଥିଲା ବୋଲି କହିଥିଲେ l ବ୍ଲକ ଉପାଦକ୍ଷ କହିଥିଲେ ଯେ 2015 ମସିହା ଜୁନ 21 ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କର୍ସଯାଉଛି ବୋଲି ଲସେ ପୁଣି କହିଥିଲେ ଯେ ସେହିପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ ପାଖାପାଖି 35ହଜାର ରୁ ଉର୍ଦ୍ଧ ଲୋକ ଓ 84 ଦେଶର ପ୍ରତିନିଧି ନୂଆଦିଲ୍ଲୀ ର ରାଜପଥ ରର ପ୍ରାୟ 35 ମିନିଟ ଧରି ଯୋଗରେ 21 ଟି ଆସନ କରିଥିଲେ ବୋଲି କହିଥିଲେ l ପରିଶେଷ ରେ ଯୋଗ ଶିବିର ରେ ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକନ, ଗଣମାଧ୍ୟମ ପ୍ରତିନିଧି, ବ୍ଲକ କର୍ମଚାରୀ, ଅଙ୍ଗନବାଡି କର୍ମୀ ଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ