July 3, 2024

ଜଳୁନି ଷ୍ଟ୍ରୀଟ ଲାଇଟ : ବଢୁଛି ଚୋରି

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ସହର ଅନ୍ତର୍ଗତ ବିଭିନ୍ନ ୱାର୍ଡ ରେ ରାତ୍ରି ସମୟରେ ଷ୍ଟ୍ରୀଟ ଲାଇଟ ଜଳୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଅସାମାଜିକ ବ୍ୟକ୍ତି ଙ୍କ ଦୌରାତ୍ମ୍ୟ ଓ ଚୋରି ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ବିଶେଷ କରି ଶ୍ରୀ ନଗର, ବଳରାମ ନଗର ଅଞ୍ଚଳରେ ଅଧିକାଂଶ ଗଳି ରେ ଏହି ଲାଇଟ ଜଳୁ ନ ଥିବା ଅଭିଯୋଗ କରିଛନ୍ତି ସେଠାକାର ବାସିନ୍ଦା । ଏହାର ସୁଯୋଗ ନେଇ ଦୁଇ ଚକିଆ ଯାନ ଚୋରି, ବଡ଼ ଗାଡିରୁ ବିଭିନ୍ନ ଯନ୍ତ୍ରାଂଶ ଖୋଲି ନେଇଯିବା ଭଳି କାର୍ଯ୍ୟ ହେଉଛି । ତେଣୁ ପୁଲିସ ପେଟ୍ରୋଲିଂ କଡାକଡି କରିବା ସହ ପୌର ପରିଷଦ ପକ୍ଷରୁ ଲାଇଟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବୀ ହୋଇଛି । ସେହିଭଳି ଗ୍ରାମାଞ୍ଚଳରେ ମଧ୍ୟ ପ୍ରତି ଗାଁ ରେ ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା ପଞ୍ଚାୟତ ପକ୍ଷରୁ କରାଯାଇ ଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଉକ୍ତ ଲାଇଟ ଗୁଡ଼ିକ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଛି । ନା ମରାମତି କରାଯାଉଛି ନା ନୂଆ ଲଗାଯାଉଛି କିଛି ବି କାର୍ଯ୍ୟ କରାଯାଉ ନାହିଁ । ଗ୍ରାମାଞ୍ଚଳର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୌର ପରିଷଦ ଓ ବ୍ଲକ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ କରାଯାଇଛି ।