July 3, 2024

ମୋହନା ଠାରେ ବ୍ଲକ ସ୍ତରୀୟ ଏବଂ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ …

Share


ମୋହନା ,ଜିରାଙ୍ଗ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଗଜପତି ଜିଲ୍ଲା ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଯୋଗ ଦିବସ ପାଳନ ଅବସରରେ ପତଞ୍ଜଳି ଯୋଗ ପୀଠ କର୍ମକର୍ତ୍ତା ତଥା ଯୋଗ ଗୁରୁ ରଞ୍ଜନ ମହାନ୍ତି ଯୋଗ ଦେଇ ଯୋଗ ପ୍ରଶିକ୍ଷଣ ଦେବା ସହ ଯୋଗର ଉପକାରିତା ବିଷୟରେ ବୁଝାଉଥିଲେ । ଏଥିରେ ସ୍ଥାନୀୟ ତିବତିୟ ମହିଳା ପୁରୁଷ, ବୌଦ୍ଧ ଗୁରୁଜୀ ଓ ଲାମାଙ୍କ ସମେତ ବିଡ଼ିଓ, ତହସିଲଦାର ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ l ଏହା ସଙ୍ଗେ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଯୋଗ ଦିବସ ପାଳନ ହୋଇଥିଲା। ଏହି ଶିବିରରେ ମହିଳା, ପୁରୁଷ ଙ୍କ ସମେତ ଅଞ୍ଚଳର ସ୍ଵେଚ୍ଛାସେବୀ ଙ୍କ ସମେତ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରିଥିବା ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ। ବିଶ୍ୱ ଯୋଗ ଦିବସ ଅବସରରେ ଯୋଗ ଦିନ୍ୟଦିନ କଲେ ଶରୀର ସୁସ୍ଥ ରହିବ ବୋଲି ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ମତ ପ୍ରକାଶ କରିଛନ୍ତି।